Latest Odisha News

BREAKING NEWS

ଓଲଟି ପଡିଛି ଟ୍ରକ, ଅଚିନ୍ତାରେ ଗପୁଛି ଡ୍ରାଇଭର

ଭୁବନେଶ୍ୱର:  ବେଳେବେଳେ ଛୋଟ ଛୋଟ ଘଟଣା ମନକୁ ଛୁଇଁଯାଏ । ସେମିତି ଘଟଣା ଆମ ଦୖନିନ୍ଦିନ ଜୀବନର । ତଥାପି ଆମେ ତାକୁ ନଜରଅନ୍ଦାଜ କରିଦେଇ ଥାଉ । ହେଲେ ଅନ୍ୟ କେଉଁଠି ଦେଖିଲେ ଆମେ ଏହାର ମୂଲ୍ୟ ବୁଝିପାରୁ । ସୋସିଆଲ ମିଡିଆରେ ଏମିତି ଘଟଣା ଆଜିକାଲି ପ୍ରତିଦିନ ଦେଖିବାକୁ ମିଳୁଛି । ନିକଟରେ ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

ଭାଇରାଲ ଫଟୋଟିରେ ଦେଖିବାକୁ ମିଳିଛି ଜଣେ ଡ୍ରାଇଭର ରାସ୍ତା କଡରେ ଆରାମରେ ଶୋଇଛନ୍ତି । ଶୋଇ ଶୋଇ କାହା ସହ କଥା ହେଉଛନ୍ତି । ତାଙ୍କ ପଛପଟେ ରହିଛି ଓଲଟି ପଡିଥିବା ଟ୍ରକ । ଟ୍ରକରେ ଥିବା ସାମଗ୍ରୀ ଯେମିତି ପିଆଜ, ଆଳୁ ଇତ୍ୟାଦି ଓଲଟି ରାସ୍ତା ଉପରେ ପଡ଼ିଛି । ହେଲେ ଡ୍ରାଇଭରଙ୍କର ସେଥିପ୍ରତି ଖାତିର ନାହିଁ । ରାଜା ପରି ଶୋଇଛନ୍ତି । ମୁହଁରେ ବେପରୁଆ ଭାବ ।

ହୁଏତ ଡ୍ରାଇଭରଙ୍କ ମନରେ ଥିବ ଟ୍ରକ ଓଲଟି ପଡିଛି ତ..ମୁଁ କ’ଣ କରିବି ? ମୁଁ ଏକା କ’ଣ ଉଠାଇ ଦେବି ?  ଯାହା ହବାର ଥିବ ହେବ.. । ପ୍ରକୃତରେ ଏଠି ଡ୍ରାଇଭରଟି ଟ୍ରକକୁ ତ ଉଠାଇ ପାରିବେନି । ଲୋକେ ଯଦି ପରିବା ବୋହି ନିଅନ୍ତି ତେବେ ବି ସେ କିଛି କରିପାରିବେ ନାହିଁ । ତେଣୁ ଚିନ୍ତା କରି ଲାଭ କ’ଣ ? ତେଣୁ  ନିଶ୍ଚନ୍ତ ମନରେ କେହି ଆପଣାର ଲୋକଙ୍କ ସହ କଥା ହେଉଛନ୍ତି ।

ଫଟୋଟିକୁ ଆଇପିଏସ ଅଫିସର ଅରୁଣ ବୋଥ୍ରା ତାଙ୍କ ଟୁଇଟର ହାଣ୍ଡେଲରେ ସେୟାର କରିଛନ୍ତି । ଏଥିରେ  ମଜାଦାର କାପସନ ମଧ୍ୟ ଲେଖିଛନ୍ତି । ସେ ଲେଖିଛନ୍ତି, “ଏହାର ସାହି ଅନ୍ଦାଜରୁ ଜଣାପଡୁଛି କି ଫୋନର ଅନ୍ୟପଟେ କିଏ ଅଛି ।’

ଆପଣ ବି ଫଟୋରେ ଦେଖି ପାରୁଥିବେ କିପରି ଓଲଟି ପଡିଥିବା ଟ୍ରକ ପାଖରେ ଡ୍ରାଇଭର ଷ୍ଟାଇଲରେ ଶୋଇ   ଆରାମରେ ଫୋନରେ କଥା ହେଉଛନ୍ତି ।”। ଲୋକମାନେ ଏହି ଫଟୋକୁ ବହୁତ ପସନ୍ଦ କରିବା ସହ ମଜାଦାର କମେଣ୍ଟ ଦେଇଛନ୍ତି । ୭ ହଜାରରୁ ଅଧିକ ଲାଇକ ପାଇଥିବା ଏହି ପୋଷ୍ଟରେ ୟୁଜର୍ସ କମେଣ୍ଟ କରିଛନ୍ତି କି, “ପ୍ୟାର୍ କା ଚକ୍କର ହେ ବାବୁ ଭୟା”।

Leave A Reply

Your email address will not be published.