Latest Odisha News

BREAKING NEWS

ସମ୍ବର ଶିଙ୍ଗ ଜବତ ସହ ୫ ଶିକାରୀ ଗିରଫ

କାମାକ୍ଷାନଗର : ଢେଙ୍କାନାଳ ବନବିଭାଗକୁ ମିଳିଲା ସଫଳତା  । ଦେଶୀ ବନ୍ଧୁକ ସମ୍ବର ଶିଙ୍ଗ ସହ ୫ ଜଣ ଶିକାରୀକୁ ଗିରଫ କରିଛି ବନ ବିଭାଗ । କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବିରାଶାଳ-୨ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଏକୁଲ ଗାଁରୁ ୫ଜଣ ଶିକାରୀକୁ ଗିରଫ କରିଛି ବନ ବିଭାଗ । ଗିରଫ ଅଭିଯୁକ୍ତ ମାନେ ହେଲେ କଙ୍କଡାହାଡ଼ ଥାନା ଏକୁଲ ଗାଁର ଭୀମସେନ ଦେହୁରୀ, ଲୋଚନ ଦେହୁରୀ, ବିମ୍ବାଧର ଦେହୁରୀ, ନର ଦେହୁରୀ ଓ ନିରଞ୍ଜନ ଦେହୁରୀ ।

ଅଭିଯୁକ୍ତ ଶିକାରୀ ମାନେ ରଞ୍ଜାଗଡ଼ ସଂରକ୍ଷିତ ଜଙ୍ଗଲରେ ଶିକାର କରୁଥିବା ଜଣାପଡ଼ିଛି । ତେବେ ଶିକାରୀଙ୍କ ଠାରୁ ଗୋଟିଏ ଦେଶୀ ବନ୍ଧୁକ ,୨ଟି ଟାଙ୍ଗିଆ, ୨ଟି ଧନୁ,୬ଟି ତୀର ଓ ଗୋଟିଏ ସମ୍ବର ଶିଙ୍ଗ ଜବତ କରିଛି ବନବିଭାଗ । ଏନେଇ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Leave A Reply

Your email address will not be published.