Latest Odisha News

BREAKING NEWS

ଦୁର୍ଘଟଣା ନୁହେଁ ଗାଡି ଚଢ଼ାଇ ମା ଝିଅଙ୍କୁ ହତ୍ୟା କରିଥିଲା ଡ୍ରାଇଭର

ମା-ଝିଅ ଉପରେ ଗାଡ଼ି ଚଢାଇଦେଲା ଡ୍ରାଇଭର

ଯାଜପୁର: ଅନେକ ସଡକ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ଜାଣିଶୁଣି ହତ୍ୟା କରାଯାଇଥିବା ଅଭିଯୋଗ ହୁଏ । ତେବେ ପ୍ରମାଣ ଅଭାବରୁ ଅପରାଧିମାନେ ଖସିଯାଆନ୍ତି । ଆଜିକାଲି ଦୁର୍ଘଟଣା ଘଟାଇ ହତ୍ୟା କରିବା ନୂଆ ଷଡ଼ଯନ୍ତ୍ର ପାଲଟି ଗଲାଣି । ସାମାନ୍ୟ ଘଟଣାକୁ ନେଇ ଏପରି ହତ୍ୟା କରୁଛନ୍ତି ଅପରାଧି । ସେଭଳି ଏକ ଘଟଣା ଘଟିଛି ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ଛକରେ ଘଟିଥିବା ଦୁର୍ଘଟଣା ।  ହତ୍ୟାପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର କରି  ଟ୍ରକ ଚପାଇ ହତ୍ୟା କରାଯାଇଛି ।  ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତିୀଙ୍କ ୪୭ ବର୍ଷିୟା ପତ୍ନୀ ଶ୍ରୀତିକା ଚକ୍ରବର୍ତ୍ତି ଏବଂ ୨୪ ବର୍ଷିୟା ଝିଅ ଲିପିକା ଚକ୍ରବର୍ତ୍ତିଙ୍କୁ ଏପରି ହତ୍ୟା କରିଥିବା ପ୍ରାର୍ଥମିକ ତଦନ୍ତରୁ ଜଣାପଡିଛି । ବାପାଙ୍କ ଶୁଦ୍ଧି କ୍ରିୟା ସାରି ଶୋକସନ୍ତପ୍ତ ଅବସ୍ଥାରେ ଘରକୁ ଘେରୁଥିବାବେଳେ ଶ୍ରୀତିକା ଓ ଶ୍ରୀତିକାଙ୍କ ଝିଅ ଲିପିକାଙ୍କୁ ଟ୍ରକ୍ ମଡ଼ାଇ ବରଡ଼ା ଛକରେ ମାରିଦିଆଯାଇଛି।

ଅଭିଯୁକ୍ତ ଟ୍ରକ ଡ୍ରାଇଭର  ପ୍ରଥମେ ସାଇଡ ମାରିଥିଲା । ପରେ କହିବାରୁ ଗାଡି ଚପାଇ ହତ୍ୟା କରିଥିଲା । ତେବେ ଦୁର୍ଭାଗ୍ୟବସତ ଟ୍ରକଟି ଓଲଟି ପଡିଥିଲା । ନହେଲେ ଅଜଣା ଗାଡି ଧକ୍କାରେ ମୃତ ବୋଲି ଜଣାପଡିଥାନ୍ତା ।  ଆରୁହା ଛକରୁ ୧୦ କିଲୋମିଟର ଦୂର ବରଡ଼ା ଛକରେ ସିଧା ପଛପଟୁ ସେ ଟ୍ରକ୍ ଚଢ଼ାଇଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଟ୍ରକ୍ ବି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ପ୍ରଥମରୁ ଏହାକୁ ଦୁର୍ଘଟଣା ବୋଲି କୁହାଯାଉଥିଲା, କିନ୍ତୁ ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରାଯାଇଛି। ପୋଲିସ ଏବେ ସଂପୃକ୍ତ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଛି। ଏଭଳି ଡ୍ରାଇଭରକୁ କଠୋର ଦଣ୍ଡ ଦେବା ପାଇଁ ସାଧାରଣରେ ଦାବି ହୋଇଛି ।

Leave A Reply

Your email address will not be published.