Latest Odisha News

BREAKING NEWS

ବାଂଲାଦେଶ କ୍ୟାପ୍ଟେନ୍ ଶକିବ ଅଲ ହସନଙ୍କୁ ଦୁର୍ବ୍ୟବହାର; କଲର ଟାଣି ତଳେ ପକାଇଲେ ଫ୍ୟାନ୍

ଢାକା: ବାଂଲାଦେଶ ଟି-୨୦ ଓ ଟେଷ୍ଟ କ୍ରିକେଟ୍‌ ଟିମ୍‌ର କ୍ୟାପ୍ଟେନ୍‌ ଶକିବ ଅଲ ହସନଙ୍କୁ ଦୁର୍ବ୍ୟବହାର। କ୍ରିକେଟରଙ୍କୁ କଲର ଟାଣି ତଳେ ପକାଇ ଦେଲେ ଫ୍ୟାନ୍। ପଛରେ ଜଣେ ଠେଲି ବି ଦେଲେ। ଯାହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଶକିବଙ୍କ ସହ ଫଟୋ ଉଠାଇବା ପାଇଁ ଠେଲାପେଲା ବେଳେ ତାଙ୍କୁ ଏଭଳି ଦୁର୍ବ୍ୟବହାରର କରାଯାଇଛି।

ଭାଇରାଲ୍ ହେଉଥିବା ଭିଡିଓରେ ଶକିବ ଏକ କାର୍ଯ୍ୟକ୍ରମରୁ ବାହାରୁଥିବା ଦେଖିବାକୁ ମିଳିଛି। ସେ ବାହାରକୁ ବାହାରିବା ସମୟରେ ତାଙ୍କୁ ଫ୍ୟାନମାନେ ଘେରିଯାଇଥିଲେ। ଏହାପରେ ଶକିବଙ୍କ ସହ ଫଟୋ ଉଠାଇବାକୁ ଠେଲାପେଲା ଆରମ୍ଭ ହୋଇଯାଇଥିଲା। ତାଙ୍କ ସହ ଫଟୋ ଉଠାଇବାକୁ ଚେଷ୍ଟା କରୁଥିବା କିଛି ଫ୍ୟାନ୍ ପଛପଟୁ ଶକିବଙ୍କ କଲର ଟାଣି ଦେବାରୁ ସେ ତଳେ ପଡିଯାଇଥିଲେ। ଜଣେ ଫ୍ୟାନ୍ ତାଙ୍କୁ ପଛରୁ ଠେଲୁ ଦେଉଥିବାର ମଧ୍ୟ ଦେଖିବାକୁ ମିଳିଛି। ତେବେ କୌଣସି ମତେ ମ୍ୟାନେଜ୍ କରି ଶକିବ ସେଠାରୁ ଯିବାକୁ ଚେଷ୍ଟା କରୁଥିଲେ ବି ପଛରୁ ତାଙ୍କ କଲର ଛାଡ଼ୁନଥିଲେ ଲୋକେ।

ଶକିବ କାର୍ଯ୍ୟକ୍ରମରୁ ବାହାରିଲା ବେଳେ କୌଣସି ସୁରକ୍ଷା ବ୍ୟବସ୍ଥା କରାଯାଇ ନଥିଲା। ତାଙ୍କ ପାଖରେ ସୁରକ୍ଷା କର୍ମୀମାନେ ମଧ୍ୟ ନଥିଲେ। ଫଳରେ କ୍ରିରକେଟରଙ୍କୁ ଏଭଳି ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡିଛି। ତେବେ ଏସବୁ ଭିତରେ ସବୁବେଳେ ଏଙ୍ଗ୍ରିମ୍ୟାନ୍ ରୂପ ଦେଖାଉଥିବା ଶକିବ ଏଥର କିନ୍ତୁ ରାଗି ନଥିଲେ। ନିକଟରେ ଏମିତି ଏକ ଭିଡିଓ ଭାଇରାଲ୍ ହୋଇଥିଲା। ଯେଉଁଥରେ ଶକିବ ଜଣେ ଫ୍ୟାନ୍‌ଙ୍କୁ ଟୋପିରେ ରାଗିରେ ପିଟୁଥିବାର ଦେଖିବାକୁ ମିଳିଥିଲା। ମାମଲାକୁ ଆଗକୁ ନ ବଢ଼ିବାକୁ ତାଙ୍କୁ ସେଠାରୁ ଜବରଦସ୍ତି ନେଇଯାଇଥିଲେ ସୁରକ୍ଷାକର୍ମୀ।

Leave A Reply

Your email address will not be published.