Latest Odisha News

୧ ମିନିଟ୍ ବିଳମ୍ବ ପାଇଁ ୩୬ ଟଙ୍କା ଜୋରିମାନା ବଦଳରେ କମ୍ପାନୀ ଉପରେ ୧୪ ଲକ୍ଷର ମକଦ୍ଦମା

ଟୋକିଓ: ୧ ମିନିଟ ବିଳମ୍ବ ପାଇଁ ଜାପାନର ଟ୍ରେନ୍ ଡ୍ରାଇଭରଙ୍କ ଉପରେ କମ୍ପାନୀ ଲଗାଇଥିଲା ୩୬ ଟଙ୍କା ଜୋରିମାନା। ବଦଳରେ ଚାଳକ ୨୨ ଲକ୍ଷ ୟେନ୍ କିମ୍ବା ପ୍ରାୟ ୧୪ ଲକ୍ଷ ଟଙ୍କାର କମ୍ପାନୀ ଉପରେ ମକଦ୍ଦମା ଦାୟର କରିଛନ୍ତି। ଏହି ଡ୍ରାଇଭରଙ୍କ ଯୋଗୁଁ ଟ୍ରେନ୍ ଏକ ମିନିଟ୍ ବିଳମ୍ବ ହୋଇଥିଲା। ଟ୍ରେନ୍ ଚଲାଇବାରେ ବିଳମ୍ବ ଘଟାଇଥିବା ଡ୍ରାଇଭରଙ୍କ ବେତନରୁ ୫୬ ୟେନ୍ କାଟିଥିଲା କମ୍ପାନୀ। ବର୍ତ୍ତମାନ ସେହି ଡ୍ରାଇଭର କମ୍ପାନୀ ଉପରେ ମକଦ୍ଦମା ଦାୟର କରିଛନ୍ତି।

ଗତ ବର୍ଷ ଜୁନ୍ ମାସରେ ଟ୍ରେନ୍ କମ୍ପାନୀ ଜେଆର ୱେଷ୍ଟ ଏହାର ଡ୍ରାଇଭରମାନଙ୍କ ମଧ୍ୟରୁ ଜଣଙ୍କୁ ବିଳମ୍ବ କାରଣରୁ ଜରିମାନା ଲାଗୁକରିଥିଲା। ଡ୍ରାଇଭର ଜଣକ କହିଛନ୍ତି ଯେ ପୁରା ଅନୁଭୂତି ତାଙ୍କ ପାଇଁ ମାନସିକ ନିର୍ଯାତନା ଥିଲା। ସେଥିପାଇଁ ସେ ୨୨ ମିଲିୟନ୍ ୟେନ୍ କ୍ଷତିପୂରଣ ମାଗିଛନ୍ତି।

ଡ୍ରାଇଭର ଜଣଙ୍କୁ ଦେଶର ଦକ୍ଷିଣରେ ଥିବା ଓକାୟାମା ଷ୍ଟେସନରୁ ଖାଲି ଟ୍ରେନ୍ ନେବାର ଥିଲା। କିନ୍ତୁ ଟ୍ରେନ୍ ତାଙ୍କୁ ଅନ୍ୟ ଏକ ପ୍ଲାଟଫର୍ମରେ ଅପେକ୍ଷା କରିଥିବାବେଳେ ସେ ଭୁଲ ପ୍ଲାଟଫର୍ମରେ ପହଞ୍ଚିଥିଲେ। ଏହି କାରଣରୁ, ତାଙ୍କର ବିଳମ୍ବ ହୋଇଥିଲା।

ଟ୍ରେନ୍ କମ୍ପାନୀ ଜେଆର ୱେଷ୍ଟ ପ୍ରଥମେ ଡ୍ରାଇଭରକୁ ୮୫ ୟେନ ଜରିମାନା କରିଥିଲା। କିନ୍ତୁ ଡ୍ରାଇଭର ଜଣକ ଅଭିଯୋଗ କରିବା ପରେ କମ୍ପାନୀ ଜରିମାନାକୁ ୫୬ ୟେନକୁ ହ୍ରାସ କରିଥିଲା।

Leave A Reply

Your email address will not be published.