Latest Odisha News

BREAKING NEWS

ଆନ୍ଧ୍ର ଟ୍ରେନ୍ ଦୁର୍ଘଟଣା ମାମଲା: ସାମ୍ନାକୁ ଆସିଲା ସତ୍ୟ, କ୍ରିକେଟ ଦେଖୁଥିଲେ ଲୋକ ପାଇଲଟ୍

ନୂଆଦିଲ୍ଲୀ: ଅକ୍ଟୋବର ୨୯, ୨୦୨୩ ମସିହାରେ ଆନ୍ଧ୍ରପ୍ରଦେଶରେ ଘଟିଥିବା ବଡ଼ ଟ୍ରେନ ଦୁର୍ଘଟଣାର ଖୁଲାସା କରିଛନ୍ତି ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଦୁର୍ଘଟଣା ସମୟରେ ମୋବାଇଲରେ କ୍ରିକେଟ ଦେଖୁଥିଲେ ଲୋକପାଇଲଟ୍ । ଲୋକପାଇଲଟର ଏପରି ଅସାବଧାନତା କାରଣରୁ ଏପରି ଦୁର୍ଘଟଣା ଘଟିଥିବା କହିଛନ୍ତି ରେଳମନ୍ତ୍ରୀ ।

ସୂଚନା ଅନୁସାରେ, ଗତ ୨୦୨୩ ମସିହା ଅକ୍ଟୋବର ମାସ ୨୯ ତାରିଖରେ ଆନ୍ଧ୍ରପ୍ରେଦଶର ହାୱାଡ଼ା-ଚେନ୍ନାଇ ରୁଟର, ବିଶାଖାପଟନମ୍ ପଲାସା ପାସେଞ୍ଜର ଟ୍ରେନକୁ ପଛରୁ ଧକ୍କା ଦେଇଥିଲା ରାୟଗଡ଼ା ପାସେଞ୍ଜର ଟ୍ରେନ୍ । ଏହି ରେଳ ଦୁର୍ଘଟଣାରେ ଲୋକ ପାଇଲଟ ଓ ତାଙ୍କ ସହଯୋଗୀଙ୍କ ସମେତ ମୋଟ ୧୪ ଜଣଙ୍କ ମୃତ୍ୟୁ ଘଟିଥିଲା । ସେହିପରି ୫୦ରୁ ଅଧିକ ଯାତ୍ରୀ ଆହତ ହୋଇଥିଲେ । ଏନେଇ ତଦନ୍ତ ଆରମ୍ଭ ହୋଇଥିଲା । ତଦନ୍ତ ପରେ ପ୍ରକୃତ ସତ୍ୟ ଜଣାପଡିଥିଲେ ।

ଆଜି ରେଳମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ କହିଛନ୍ତି ଯେ, ସେଦିନ ଦୁଇଟି ପାସେଞ୍ଜର ଟ୍ରେନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ସେଥିମଧ୍ୟରୁ ଗୋଟିଏ ଟ୍ରେନର ଲୋକ ପାଇଲଟ ଓ ସହକାରୀ ଲୋକ ପାଇଲଟ ନିଜ ଫୋନରେ କ୍ରିକେଟ ମ୍ୟାଚ ଦେଖୁଥିଲେ । ଦୁହିଁଙ୍କର ଏଭଳି ଚରମ ଅବହେଳା ପାଇଁ ସେଦିନ ଏଭଳି ଏକ ବଡ଼ ଧରଣର ଟ୍ରେନ ଦୁର୍ଘଟଣା ହୋଇଥିଲେ ।

ସେପଟେ ଆଗକୁ କିପରି ଏପରି ଅସୁବିଧା ନହେବ ସେ ନେଇ ରେଳମନ୍ତ୍ରୀ କହିଥିଲେ, ଏବେ ଆମେ ଏକ ନୂତନ ସିଷ୍ଟମ ଇନଷ୍ଟଲ କରୁଛୁ, ଯାହାକି ଟ୍ରେନ ଚାଲିବା ବେଳେ ଲୋକ ପାଇଲଟ କିମ୍ବା ସହକାରୀ ଲୋକ ପାଇଲଟ ଅନ୍ୟମନସ୍କ ହେଲେ ସଙ୍ଗେ ସଙ୍ଗେ ଜଣାଇଦେବ । ଫଳରେ ଉଭୟ ନିଜର ପୁରା ଧ୍ୟାନ ଟ୍ରେନ ଉପରେ କେନ୍ଦ୍ରିତ କରିପାରିବେ ।

 

Leave A Reply

Your email address will not be published.