Latest Odisha News

BREAKING NEWS

ରାଜନୀତିରୁ ସନ୍ୟାସ ନେଲେ ହର୍ଷବର୍ଦ୍ଧନ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ  ତଥା  ଦିଲ୍ଲୀର ଚାନ୍ଦିନୀ ଚୌକର ବର୍ତ୍ତମାନ ସାଂସଦ ଡକ୍ଟର ହର୍ଷବର୍ଦ୍ଧନ ସକ୍ରିୟ ରାଜନୀତିରୁ ସନ୍ୟାସ ନେବା ପାଇଁ ଘୋଷଣା କରିଛନ୍ତି । ଏନେଇ ସେ ସୋସିଆଲ ମିଡିଆ ଏକ୍ସରେ ସୂଚନା ଦେଇଛନ୍ତି ।

ସୂଚନାଅନୁସାରେ, ୨୦୨୪ ଲୋକସଭା ନିର୍ବାଚନ ପାଇଁ ହର୍ଷବର୍ଦ୍ଧନଙ୍କୁ ଚାନ୍ଦିନୀ ଚୌକ ଆସନରୁ ଟିକେଟ୍ ନ ମିଳିବା କାରଣରୁ ସେ ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି । ଏଥର ବିଜେପି ଚାନ୍ଦିନୀ ଚୌକ ଆସନରୁ ପ୍ରବୀଣ ଖଣ୍ଡେଲୱାଲଙ୍କୁ ପ୍ରାର୍ଥୀ କରିଛି ।

ଗତକାଲି ପୂର୍ବ ଦିଲ୍ଲୀର ସାଂସଦ ଗୌତମ ଗମ୍ଭୀର  ମଧ୍ୟ ସକ୍ରିୟ ରାଜନୀତିରୁ ଅବସର ଘୋଷଣା କରିଥିଲେ । ସେ ମଧ୍ୟ ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଥିଲେ ।

ଗତକାଲି ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ଏହି ତାଲିକାରେ  ଦିଲ୍ଲୀର ୫ ଟି ଆସନ ପାଇଁ  ପ୍ରାର୍ଥୀ ଘୋଷଣା କରିଛି ।  ପୂର୍ବ ଦିଲ୍ଲୀରୁ  ମନୋଜ ତିୱାରୀ, ନୂଆଦିଲ୍ଲୀରୁ  ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ସୁଷମା ସ୍ୱରାଜଙ୍କ ଝିଅ ବାଂସୁରୀ ସ୍ୱରାଜ, ପଶ୍ଚିମ ଦିଲ୍ଲୀରୁ କମଲଜିତ ସେହରାବତ, ଦକ୍ଷିଣ ଦିଲ୍ଲୀରୁ ରାମଭୀର ସିଂ ବିଧୁରୀ ଏବଂ ଚାନ୍ଦିନୀ ଚୌକରୁ ପ୍ରବୀଣ ଖଣ୍ଡେଲୱାଲଙ୍କୁ ପ୍ରାର୍ଥୀ କରିଛି ।

Leave A Reply

Your email address will not be published.