ଭୁବନେଶ୍ବର: ଆନ୍ଦୋଳନରୁ ଓହରିଲା ଡ୍ରାଇଭର ସଙ୍ଘ । ୫ଦିନ ପରେ ପ୍ରତ୍ୟାହାର ହେଲା ଡ୍ରାଇଭର ଆନ୍ଦୋଳନ । ଆଜିଠୁ ପୁଣିଥରେ ଷ୍ଟିୟରିଂ ଧରିଲେ ରାଜ୍ୟର ହଜାର ହଜାର ଡ୍ରାଇଭର । ୭ଦଫା ଦାବି ନେଇ ସରକାରଙ୍କ ସହ ସକରାତ୍ମକ ଆଲୋଚନା ହୋଇଥିବା ବେଳେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିବା ଘୋଷଣା କରାଯାଇଛି । ଏନେଇ ଶନିବାର ରାତିରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ମହାସଂଘର ସହ ସମ୍ପାଦକ ମାନସ ଦେବତା ।
ବିଭିନ୍ନ ଦାବି ନେଇ ଡ୍ରାଇଭର ମହାସଂଘ ଗତ ୮ ତାରିଖରୁ ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ଆରମ୍ଭ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଡ୍ରାଇଭରମାନେ ଗାଡ଼ି ଚଳାଚଳ ବନ୍ଦ କରିବା ସହିତ ଧର୍ମଘଟରେ ବସିଥିଲେ । ଫଳରେ ପ୍ରଭାବିତ ହୋଇଥିଲା ରାଜ୍ୟର ପରିବହନ ବ୍ୟବସ୍ଥା । ରାଜ୍ୟ ସରକାର ବାରମ୍ବାର ଆଲୋଚନା ଅନୁରୋଧ କରୁଥିଲେ ମଧ୍ୟ ଡ୍ରାଇଭର ସଂଘ ନିଜ ଜିଦରେ ଅଟଳ ରହିଥିଲା ।
ତେବେ ସଂଘ ଭିତରେ ଫାଟ ସୃଷ୍ଟି ହେବାରୁ କିଛି ଡ୍ରାଇଭର ବସ ଚଳାଚଳ ଆରମ୍ଭ କରିଥିଲେ। ଏପରି କି ସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଳି କିଛି ଚାଳକଙ୍କୁ ସଂଘରୁ ବାହାର କରିଦେବାକୁ ଧମକ ମଧ୍ୟ ଦେଇଥିଲେ । ତେବେ ଆସନ୍ତାକାଲି ରାଷ୍ଟ୍ରପତି ଓଡ଼ିଶା ଗସ୍ତରେ ଆସୁଥିବାରୁ ଯେମିତି କୌଣସି ଅସୁବିଧା ନହୁଏ । ଏଥିସହିତ ଦାବି ନେଇ ସକରାତ୍ମକ ଆଲୋଚନା ହୋଇଥିବା ବେଳେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଥିବା ଡ୍ରାଇଭର ମମହାସଂଘର ସହ ସମ୍ପାଦକ ମାନସ ଦେବତା କହିଛନ୍ତି ।
Comments are closed.