Latest Odisha News

BREAKING NEWS

କୁହୁଡି ପାଇଁ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ: କିପରି ରହିବେ ସତର୍କ ଜାଣନ୍ତୁ…

ଭୁବନେଶ୍ୱର: ଦେଶ ତଥା ରାଜ୍ୟରେ ଥଣ୍ଡା ଯେତେ ଯେତେ ବଢ଼ୁଛି ସେହି ଅନୁପାତରେ କୁହୁଡ଼ି ମଧ୍ୟ ଚାରିଦିଗକୁ ଆଚ୍ଛାଦିତ କରି ରଖୁଛି। କୁହୁଡ଼ି ଯୋଗୁଁ ୧୧ ଟି ଜିଲ୍ଲାକୁ ଭୁବନେଶ୍ୱର ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କୁହୁଡ଼ି ଯୋଗୁଁ ଦେଖା ଯାଉଥିବା ବିଶେଷ ସମସ୍ୟା ଗୁଡିକ ମଧ୍ୟରୁ ଗାଡି ଚଳାଇବା ଏକ ମୁଖ୍ୟ ସମସ୍ୟା ।

ପରିବେଶକୁ କୁହୁଡ଼ି ଘେରି ରଖିଥିବା କାରଣରୁ ସକାଳେ ଓ ରାତିରେ ରାସ୍ତାରେ ଗାଡ଼ି ଚଳାଇବାରେ ସମସ୍ୟା ଦେଖାଯାଉଛି। ଫଳସ୍ୱରୂପ ଦୁର୍ଘଟଣାର ମାତ୍ରା ମଧ୍ୟ ବଢ଼ୁଛୁ।

ଆସନ୍ତୁ ଜାଣିବା କୁହୁଡ଼ିରେ ଗାଡ଼ି ଚଲାଇବା ବେଳେ କେଉଁ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଆବଶ୍ୟକ…

ଶୀତଦିନେ ଗାଡ଼ିର ସାମ୍ନା କାଚ ଝାଳେଇ ଯାଇଥାଏ ଫଳରେ ରାସ୍ତା ଦେଖାଯାଏ ନାହିଁ। ଏଣୁ ଡ୍ରାଇଭିଂ ପୂର୍ବରୁ ଗାଡ଼ିର ହିଟର ଅନ୍‌ କରିଦିଅନ୍ତୁ।

କୁହୁଡ଼ିରେ ଦ୍ରୁତ ଗତିରେ ଗାଡ଼ି ଚଲାଇବାରୁ ନିବୃତ୍ତ ରୁହନ୍ତୁ। ନଚେତ୍‌ ଗାଡ଼ି ଉପରେ ନିୟନ୍ତ୍ରଣ ହରାଇପାରନ୍ତି।

କାରର ହେଡ ଲ୍ୟାମ୍ପକୁ ଲୋ ବିମ୍‌ରେ ରଖନ୍ତୁ। ଯଦି ସମ୍ଭବ ହେଉଛି ତେବେ ଫଗ୍‌ ଲ୍ୟାମ୍ପ ବ୍ୟବହାର କରନ୍ତୁ।

କୁହୁଡ଼ି ରାସ୍ତାରେ ଯିବା ବେଳେ ଯଦି ରାସ୍ତା ମଝିରେ ଗାଡ଼ି ଖରାପ ହେଉଛି ତେବେ ଏହାକୁ ତୁରନ୍ତ ରାସ୍ତା କଡ଼କୁ ନେଇ ଆସନ୍ତୁ। ନଚେତ୍‌ ଅନ୍ୟପଟୁ ଆସୁଥିବା ଗାଡ଼ି ସହ ଦୁର୍ଘଟଣା ହେବା ଆଶଙ୍କା ରହିଛି।

ଗାଡ଼ି ଚଲାଇବା ବେଳେ ହଜାର୍ଡ ଲାଇଟ୍‌ ବା ଉଭୟ ଇଣ୍ଡିକେଟକୁ ବିଲକୁଲ ଅନ୍‌ କରନ୍ତୁ ନାହିଁ। ଏହା ଦ୍ୱାରା ପଛରୁ ଆସୁଥିବା ଗାଡ଼ିକୁ ଆପଣଙ୍କ ଯିବା ରାସ୍ତା ଜଣାପଡ଼ିବ ନାହିଁ। ଫଳସ୍ୱରୂପ ଦୁର୍ଘଟଣା ଘଟିପାରେ।

କୁହୁଡ଼ି ରାସ୍ତାରେ ଆଦୌ ଅନ୍ୟ ଗାଡ଼ିକୁ ଓଭରଟେକ୍‌ କରିବାକୁ ଚେଷ୍ଟା କରନ୍ତୁ ନାହିଁ। ଏହା ଦ୍ୱାରା ଆପଣ ଅସୁବିଧାର ସମ୍ମୁଖୀନ ହୋଇ ପାରନ୍ତି ।

Leave A Reply

Your email address will not be published.