Latest Odisha News

BREAKING NEWS

ରାଜକୁମାର ହିରାନୀଙ୍କ ଫିଲ୍ମରେ ଦର୍ଶକେ ଦେଖିବେ ଶାହାରୁଖ-କରୀନାଙ୍କ ଯୋଡି!

ମୁମ୍ବାଇ: ୨୦୧୮ରେ ଆନନ୍ଦ ଏଲ.ରାୟଙ୍କ ଜିରୋ ଫିଲ୍ମ ପରଠାରୁ ବଲିଉଡ ସୁପରଷ୍ଟାର ଶାହାରୁଖ ଖାଁ କୌଣସି ଫିଲ୍ମ ସାଇନ କରି ନାହାନ୍ତି । ଚେନ୍ନାଇ ଏକ୍ସପ୍ରେସ ପରଠାରୁ ଶାହାରୁଖଙ୍କ କୌଣସି ଫିଲ୍ମ ସେଭଳି ଆଖି ଦୃଶିଆ ସଫଳତା ହାସଲ କରିନାହିଁ । କ୍ରମାଗତ ବିଫଳତା ଯୋଗୁ ଶାହାରୁଖ ପ୍ରଶଂସକଙ୍କୁ ପୁନର୍ବାର ନିରାଶ କରିବାକୁ ଚାହୁଁ ନାହାନ୍ତି ।

ରିପୋର୍ଟ ମୁତାବକ ସେ ବଲିଉଡର ନାମକରା ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ଫିଲ୍ମରେ ଅଭିନୟ କରିବା ପାଇଁ ରାଜି ହୋଇଛନ୍ତି । ଏଥିରେ ତାଙ୍କ ସହ କରୀନା କପୁର ଅଭିନୟ କରିବେ । ଫିଲ୍ମର ପ୍ଲଟ ସମ୍ପର୍କରେ କୌଣସି ତଥ୍ୟ ପ୍ରକାଶ ପାଇ ନାହିଁ । ସେହିପରି ଶାହାରୁଖ କିମ୍ବା ହିରାନୀଙ୍କ ପକ୍ଷରୁ ଏ ନେଇ ବିଧିବଦ୍ଧ ଭାବେ କୌଣସି ଘୋଷଣା କରାଯାଇ ନାହିଁ ।

Leave A Reply

Your email address will not be published.