Latest Odisha News

ଆଗାମୀ ୩ ଦିନରେ ଓଡିଶାର ଏହିସବୁ ସ୍ଥାନରେ ବର୍ଷା ଆଶଙ୍କା

ଭୁବନେଶ୍ୱର: ଆସନ୍ତା ୨୨ ଓ ୨୩ ତାରିଖରେ ରାଜ୍ୟର ୫ଟି ଜିଲ୍ଲାରେ ଘଡଘଡି ସହ ମଧ୍ୟମ ଧରଣର ବର୍ଷା ହେବା ନେଇ ପୂର୍ବାନୁମାନ କରିଛନ୍ତି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ।

ସୁନ୍ଦରଗଡ, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ ଓ ଅନୁଗୁଳ ଆଦି ଜିଲ୍ଲାର କିଛି କିଛି ସ୍ଥାନରେ ବର୍ଷା ହେବାର ଆଶଙ୍କା ରହିଛି ।

ପାଣିପାଗ କେନ୍ଦ୍ରର ଅଫିସର ସୁଧାକର ମଲ୍ଲିକ ସୂଚନା ଦେଇ କହିଛନ୍ତି, “ବର୍ଷା ହେବା ପରେ ଆଗାମୀ ୨ ଦିନ ଯାଏଁ ଉକ୍ତ ଜିଲ୍ଲାରେ ରାତିର ତାପମାତ୍ରା ହ୍ରାସ ପାଇବ”।

ଶ୍ରୀ ମଲ୍ଲିକ ଆହୁରି ମଧ୍ୟ କହିଛନ୍ତି ଯେ ରବିବାର ସକାଳେ ଚାନ୍ଦବାଲି, ପାରାଦୀପ, ଗୋପାଳପୁର, ଭବାନୀପାଟଣା, ମାଲକାନଗିରି ଓ ଦାରିଙ୍ଗବାଡିରେ ପ୍ରବଳ ଘନ କୁହୁଡି ଜାରି ରହିଥିଲା ।

Leave A Reply

Your email address will not be published.