ଭୁବନେଶ୍ୱର: ଦେଶରେ ନୂଆ ଟ୍ରାଫିକ୍ ଆଇନ୍ କଡାକଡି କରାଯାଇଥିବା ବେଳେ ନିୟମ ଉଲଘଂନକାରୀଙ୍କୁ ମୋଟା ଅଙ୍କର ତଣ୍ଡ ମଧ୍ୟ ଗଣିବାକୁ ପଡୁଛି । ଏହି ଟ୍ରାଫିକ୍ ନିୟମରେ ସାମିଲ ହୋଇଛି ଆଉ ଏକ ନିୟମ ।
ଏବେ ଗାଡି ଚଳାଇଲା ବେଳେ ମୋବାଇଲରେ କଥା ହେଲେ ଚାଲାଣ କଟିବା ସହ ଆପଣଙ୍କ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହୋଇଯାଇପାରେ ।
ନିକଟରେ ସଡକ ସୁରକ୍ଷା ତଥା ନିରାପତ୍ତାକୁ ନେଇ ଗଠିତ ସୁପ୍ରିମକୋର୍ଟ କମିଟି ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଯାହାକୁ କଡାକଡି ଭାବେ ଲାଗୁ କରିବା ପାଇଁ ପରିବହନ କମିଶନର ସମସ୍ତ ଆରଟିଓଙ୍କୁ ସୂଚନା ଦେଇଛନ୍ତି ।
ପ୍ରାପ୍ତ ସୂଚନାନୁଯାୟୀ ଟ୍ରାଫିକ ନିୟମ ଉଲଂଘନ ତଥା ଗାଡି ଚଳାଇବା ବେଳେ ମୋବାଇଲରେ ଗପିବା, ନିର୍ଦ୍ଧାରିତ ବେଗରୁ ଅଧିକ ଜୋରରେ ଗାଡି ଚଳାଇବା, ଓଭରଲୋଡିଂ, ମାଲବାହୀ ଗାଡିରେ ଯାତ୍ରୀ ପରିବହନ ଆଦି କଲେ ସମ୍ପୃକ୍ତ ଡ୍ରାଇଭରଙ୍କ ନାମରେ ଚାଲାଣ କଟିବା ବ୍ୟତିତ ଲାଇସେନ୍ସ ମଧ୍ୟ ରଦ୍ଦ ହେବ ।
Comments are closed.