Latest Odisha News

BREAKING NEWS

ଜାଣନ୍ତୁ, କାହିଁକି ପୁରୀ ଶ୍ରୀମନ୍ଦିର ହନୁମାନମୟ !

ପୁରୀ: ଶ୍ରୀରାମଚନ୍ଦ୍ରଙ୍କ ଶ୍ରେଷ୍ଠ ଭକ୍ତ ହନୁମାନ । ଶ୍ରୀରାମ ଭକ୍ତମାନେ ଶ୍ରୀଜଗନ୍ନାଥ ଏବଂ ଶ୍ରୀରାମ ଏକ ବୋଲି ମାନନ୍ତି । ଶ୍ରୀରାମ ଯେଉଁଠି ହନୁମାନ ସେଇଠି । ପୁରୀବାସୀ ହନୁମାନଙ୍କ ଜୟନ୍ତୀ ଓ ଅନ୍ୟ ପର୍ବ ପର୍ବାଣୀ ଶ୍ରୀମନ୍ଦିରରେ ହର୍ଷ ଉଲ୍ଲାସରେ ପାଳନ କରନ୍ତି । ମହାବିଷୁବ ସଂକ୍ରାନ୍ତିକୁ ହନୁମାନ ଜୟନ୍ତୀ ଭାବେ ପାଳନ କରାଯାଏ । ବିଶ୍ୱାସ ଅଛି ପ୍ରଚଣ୍ଡ ରୌଦ୍ରତାପରୁ ବିଶ୍ୱରକ୍ଷା ପାଇଁ ତାଙ୍କରି ଜନ୍ମ । ଶ୍ରୀକ୍ଷେତ୍ରରେ ଏହି ଦିନ ଉତ୍ସବ ମୁଖରିତ ହୋଇ ଉଠେ । ପଣାଛତୁଆ ଭୋଗ ସହ ବିଭିନ୍ନ ଜାଗା ମାନଙ୍କରେ ହନୁମାନଙ୍କୁ ପୂଜା କରାଯାଏ । ଜଗନ୍ନାଥଙ୍କୁ ଚାରିପଟେ ଘେରି ହନୁମାନଙ୍କ ବିଭିନ୍ନ ରୂପ ପୂଜା ପାଉଛନ୍ତି ।

ଅନ୍ୟ ଅର୍ଥରେ ଶ୍ରୀମନ୍ଦିରର ସୁରକ୍ଷା ଦାୟିତ୍ୱରେ ସେ ଗୁରୁତ୍ୱ୍ପୂର୍ଣ୍ଣ ଭୂମିକା ଗ୍ରହଣ କରନ୍ତି ବୋଲି ବିଶ୍ୱାସ ରହିଛି । ଜଗନ୍ନାଥଙ୍କ ଆଜ୍ଞାମାଳ ପକାଇ ଦକ୍ଷିଣ ପଟେ ଝୁଲଣ ମଣ୍ଡପ ତଳେ ଶ୍ରୀହନୁମାନ ବିମାନରେ ବିରାଜମାନ କରନ୍ତି । ଶ୍ରୀମନ୍ଦିର ରୀତି ନୀତିରେ ହନୁମାନଙ୍କ ପାଇଁ ପୂଜା, ଫୁଲ, ପାଣି ଓ ଭୋଗର ବ୍ୟବସ୍ଥା ରହିଛି । ଶ୍ରୀମନ୍ଦିର ଓ ନୀଳଚକ୍ର ସୁରକ୍ଷା ଦାୟିତ୍ୱ ହନୁମାନଙ୍କର ।

ମନ୍ଦିରର ଚାରି ଦୁଆରେ ଚାରି ଅନୁମାନ ଦଣ୍ଡାୟମାନ । ସିଂହଦ୍ୱାର ଗୁମୁଟିରେ ଫତେ ହନୁମାନ, ବାଇଶିପାହଚ ପରେ ପରେ ଗୁଗୁଟରେ ଏହାଙ୍କ ଦର୍ଶନ ହୁଏ । ଦକ୍ଷିଣ ଦ୍ୱାର ବାହାରେ ବାରଭାଇ ହନମୁାନ ଅବସ୍ଥିତ । ସେହିପରି ପଶ୍ଚିମ ଦ୍ୱାରରେ ବୀର-ବିକ୍ରମ ହନୁମାନ ବିରାଜମାନ । ସେ ବାହାର ବେଢ଼ାରେ ଦକ୍ଷିଣକୁ ମୁଖ କରି ଭକ୍ତଜନଙ୍କୁ ଆଶୀର୍ବାଦ ଦେଇଥାନ୍ତି । ସେ ସମୁଦ୍ର ଏବଂ ଗୁରୁ ଶବ୍ଦକୁ ମନ୍ଦିର ମଧ୍ୟରେ ପ୍ରବେଶ କରାଇ ଦିଅନ୍ତି ନାହିଁ । କାନପତା ହନୁମାନ ଭାବେ ଶ୍ରୀକ୍ଷେତ୍ରବାସୀଙ୍କ ଭାବେ ଜଣାଶୁଣା ।

ଭିତର ଦ୍ୱାର ରକ୍ଷକ ଭାବେ ଚାରିଚକ୍ର ହନୁମାନ ରହିଛନ୍ତି । ଏହାଙ୍କର ଅନ୍ୟନାମ ତପସ୍ୱୀ ହନୁମାନ ଅଟେ । ସେ କୋଇଲି ବୈକୁଣ୍ଠ ସୁରକ୍ଷାରେ ନିୟୋଜିତ । ପଶ୍ଚିମପଟ ବାହାର ବେଢ଼ାରେ ଅଛନ୍ତି ଦେବ ଦ୍ୱାରପାଳ ପଂଚମୂଖୀ ହନୁମାନ ।

ଶ୍ରୀଜଗନ୍ନାଥଙ୍କର ହୁଣ୍ଡିକୁ ଦାନ କରୁଥିବା ଭକ୍ତଜନଙ୍କୁ ଆଶୀର୍ବାଦ କରନ୍ତି । ଆନନ୍ଦ ବଜାରରେ ଷୋହଳ ମୂର୍ତି ହନୁମାନ ବିଗ୍ରହ ରହିଛନ୍ତି । ଏଠାରେ ସମସ୍ତ ଶୃଙ୍ଖଳା ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ରହିଛି । ଏଠାରେ ଉଲ୍ଲେଖଯୋଗ୍ୟ ଏହି ହନୁମାନମାନେ ସିନ୍ଦୁରମୂଖୀ ନୁହନ୍ତି ।

ସେହିପରି ନାଟ୍ୟମଣ୍ଡପରେ ମଧ୍ୟ ଅନୁମାନ ବିରାଜମାନ ଅଛନ୍ତି । ବିଭିନ୍ନ ସ୍ତମ୍ଭ, ପଟ୍ଟଚିତ୍ର, ସରଘରେ ଏବଂ ବିଭିନ୍ନ ସ୍ଥାନରେ ହନୁମାନଙ୍କୁ ଦେଖିବାକୁ ମିଳେ । ଏହା ବ୍ୟତୀତ ପୁରୀ ସହର ମଧ୍ୟରେ ସିଦ୍ଧ ମହାବୀର, ବେଡି ମହାବୀର ପ୍ରଭୃତି ଭକ୍ତମାନଙ୍କୁ ଆକର୍ଷିତ କରିଥାଏ ।

Leave A Reply

Your email address will not be published.