ବ୍ରହ୍ମପୁର:ବ୍ରହ୍ମପୁର ମହାନଗର ନିଗମ ତରଫରୁ ଚାଲିଥିବା ଡ୍ରୋନ୍ ସର୍ଭେ ରବିବାର ଶେଷ ହୋଇଯାଇଛି। ଜାଗା ମିଶନରେ ବସ୍ତି ବାସିନ୍ଦାଙ୍କୁ ଜମିର ପଟ୍ଟା ପ୍ରଦାନ ପାଇଁ ଏହି ସର୍ଭେ କରାଯାଇଥିଲା। ବର୍ତ୍ତମାନ ସର୍ଭେ ଶେଷ ହୋଇଥିବା ବେଳେ ଏଥିରେ ସାମିଲ କର୍ମଚାରୀଙ୍କୁ ନେଇ ସୋମବାର ଏବଂ ମଙ୍ଗଳବାର ଦୁଇଦିନ ପର୍ଯ୍ୟନ୍ତ ମହାନଗର ନିଗମ କାର୍ଯ୍ୟାଳୟ ପରିସରରେ ତାଲିମ୍ ଶିବିର ଅନୁଷ୍ଠିତ ହେବ। ଡ୍ରୋନ୍ରେ ଯେଉଁ ଅଞ୍ଚଳର ଫଟୋ ଉତ୍ତୋଳନ କରାଯାଇଛି, ସେହି ଅଞ୍ଚଳକୁ ଯାଇ ହିତାଧିକାରୀଙ୍କୁ ଚିହ୍ନଟ ନେଇ ତାଲିମ୍ ପ୍ରଦାନ କରାଯିବ। କେଉଁ ପରିବାରରେ କେତେଜଣ ସଦସ୍ୟ ରହିଛନ୍ତି, ତାହାର ତାଲିକା ପ୍ରସ୍ତୁତ ହେବ। ଏହା ପରେ ରାଜସ୍ବ ବିଭାଗର ସହଯୋଗରେ ଜମି ପଟ୍ଟା ପ୍ରଦାନ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି। ପ୍ରାୟ ୧୭ ହଜାରରୁ ଅଧିକ ପରିବାର ଏହା ଦ୍ବାରା ଉପକୃତ ହୋଇପାରିବେ ବୋଲି କୁହାଯାଉଛି।
ଏଠାରେ ସୂଚନା ଯୋଗ୍ୟ ଯେ, ଗତ ୧୦ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀରେ ଡ୍ରୋନ ସର୍ଭେ କାର୍ଯ୍ୟର ଶୁଭାରମ୍ଭ କରିଥିଲେ। ଯେଉଁମାନେ ସରକାରୀ ଜାଗାରେ ଘର କରି ରହିଥିଲେ, ସେହି ଜାଗା ଉପରେ ପଟ୍ଟା ପ୍ରଦାନ କରାଯିବ। ତେବେ ଯେଉଁମାନେ ପୋଖରୀ ହୁଡ଼ା, ଜଳ ଉତ୍ସ ଉପରେ କିମ୍ବା ଜାତୀୟ ଗ୍ରୀନ୍ ଟ୍ରାଇବୁନାଲ(ଏନଜିଟି)ର ନିର୍ଦେଶକୁ ଉଲଂଘନ କରୁନଥିବେ, କେବେ ସେମାନେ ହିଁ ଜମି ପଟ୍ଟା ପାଇବାକୁ ଯୋଗ୍ୟ ବିବେଚିତ ହେବେ। ପୂର୍ବରୁ ଏନଜିଟିର ନିର୍ଦେଶ ଅନୁଯାୟୀ ନିୟମକୁ ଉଲଂଘନ କରାଯାଇ ସୃଷ୍ଟି ହୋଇଥିବା ବସ୍ତିକୁ ଉଚ୍ଛେଦ କରାଯାଇଛି। ସେମାନଙ୍କୁ ରାଜୀବ ଆବାସ ଯୋଜନାରେ ଘର ଯୋଗାଇ ଦିଆଯାଇଛି। ଏଣୁ ବର୍ତ୍ତମାନ ଯୋଗ୍ୟ ହିତାଧିକାରୀମାନେ ଜମିର ପଟ୍ଟା ପାଇବା ନେଇ ଆଶା ରଖିଛନ୍ତି। ଟାଟା ଷ୍ଟିଲ ଫାଉଣ୍ଡେସନ ଏଥିରେ ବୈଷୟିକ ସହାୟତା ଯୋଗାଇ ଦେଉଛି। ପୂର୍ବରୁ ଏନେଇ ଟାଟା ଷ୍ଟିଲ ଫାଉଣ୍ଡେସନ ଓ ଜାଗା ମିଶନ ମଧ୍ୟରେ ଏହି କାର୍ଯ୍ୟକ୍ରମ ପାଇଁ ଏକ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ୨୦୨୩ ଡିସେମ୍ବର ସୁଦ୍ଧା ରାଜ୍ୟର ସବୁ ବସ୍ତି ଆଦର୍ଶ କଲୋନୀରେ ପରିଣତ ହେବ ଏବଂ ସାରା ରାଜ୍ୟ ବସ୍ତିମୁକ୍ତ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ପୂର୍ବରୁ ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ପୌରପାଳିକା ଆଦି ୧୦୫ଟି ସହରର ବସ୍ତି ଅଞ୍ଚଳର ୧ ଲକ୍ଷ ୭୦ ହଜାର ପରିବାରକୁ ଜମି ଅଧିକାର ପ୍ରଦାନ କରାଯାଇଛି। ବସ୍ତିଗୁଡ଼ିକ ବିଜୁ ଆଦର୍ଶ କଲୋନୀ ଭାେବ ଘୋଷଣା କରାଯାଉଛି।
BREAKING NEWS
- US Iran Crisis: ଆମେରିକାର ଧମକ: ଇରାନ୍ ସହ ବ୍ୟବସାୟ କଲେ ଲାଗିବ ଅତିରିକ୍ତ ଟାରିଫ୍
- Cold Wave: ରାଜ୍ୟରେ ଅସହ୍ୟ ଥଣ୍ଡା; ରାତି ତାପମାତ୍ରା ୧ରୁ ୨ ଡିଗ୍ରୀ ଖସିବା ସମ୍ଭାବନା
- MPATGM:ପୁଣି କମାଲ୍ କଲା DRDO; ଟ୍ୟାଙ୍କ ଧ୍ୱଂସକାରୀ ସ୍ୱଦେଶୀ ମିସାଇଲର ହେଲା ସଫଳ ପରୀକ୍ଷଣ
- chilika: ଚିଲିକା ହ୍ରଦର ସାମଗ୍ରୀକ ବିକାଶ ସମ୍ପର୍କିତ ବୈଠକ; ପର୍ଯ୍ୟଟନ ପାଇଁ ସ୍ୱତନ୍ତ୍ର ଯୋଜନା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
- ୧୦ ବିଧାୟକଙ୍କ ସହ ଆଲୋଚନା କଲେ ନବୀନ ପଟ୍ଟନାୟକ;ଲୋକଙ୍କ ସେବା ଜାରି ରଖିବା ପାଇଁ…
- ପିଶାଚ ପଡୋଶୀ, ବୃଦ୍ଧାଙ୍କୁ ଦୁଷ୍କର୍ମ ପରେ ପଥରରେ ଛେଚି ହତ୍ୟା
- ‘ରୋମିଓ-ଜୁଲିଏଟ୍ କ୍ଲଜ୍’ କଣ; ଯାହା ଉପରେ ବିଚାର କରିବାକୁ କେନ୍ଦ୍ରକୁ ସୁପ୍ରିକୋର୍ଟଙ୍କ ପରାମର୍ଶ
- ବିଜୟ ହଜାରେ ଟ୍ରଫି: କର୍ଣ୍ଣାଟକ, ସୌରାଷ୍ଟ୍ର ସେମି ଫାଇନାଲରେ
- ଖୋର୍ଦ୍ଧା ପରେ ଢେଙ୍କାନାଳ ବିଦ୍ୟାଳୟରେ ଜଣ୍ଡିସ୍ ଚିହ୍ନଟ
- ବାଂଲାଦେଶରେ ଉତ୍ତେଜନା; ପୋଲିସ ହେପାଜତରେ ଆୱାମୀ ଲିଗ୍ ନେତାଙ୍କ ମୃତ୍ୟୁ
Comments are closed.