Latest Odisha News

BREAKING NEWS

ଦ୍ରୈାପଦୀ ମୁର୍ମୁ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ

ଭୁବନେଶ୍ୱର: ଦ୍ରୈାପଦୀ ମୁର୍ମୁ ହୋଇପାରନ୍ତି ଦେଶର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି । ଦ୍ରୈାପଦୀ ମୁର୍ମୁ ନିର୍ବାଚିତ ହୁଅନ୍ତି ତେବେ ସେ ହେବେ ଦେଶର ପ୍ରଥମ ଓଡ଼ିଆ ଏବଂ ଆଦିବାସୀ ମହିଳା ଏବଂ ଦ୍ୱିତୀୟ ମହିଳା ରାଷ୍ଟ୍ରପତି। ଦ୍ରୈାପଦୀ ହେଉଛନ୍ତି ମୟୂରଭଞ୍ଜ ଅଂଚଳର ଆଦିବାସୀ ନେତ୍ରୀ, ଓଡ଼ିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ। କ୍ଷମତାସୀନ ଏନଡ଼ିଏ ତାଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀଭାବେ ଘୋଷଣା କରିଛି। ଶ୍ରୀମତୀ ମୁର୍ମୁ ରାଷ୍ଟ୍ରପତି ହେବା ଏକ ପ୍ରକାର ସୁନିଶ୍ଚିତ ବୋଲି ଭୋଟ ଗଣତିରୁ ସଙ୍କେତ ମିଳୁଛି। ଭାରତର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଶାସନର ସର୍ବୋଚ୍ଚ ପଦବୀ ଲାଗି ଓଡ଼ିଶାର ଆଦିବାସୀ ନେତ୍ରୀ ଦ୍ରୈାପଦୀ ମୁର୍ମୁଙ୍କ ନାମ ଘୋଷଣା କରି ବିଜେପି ସମସ୍ତଙ୍କୁ ଚକିତ କରିଛି। ଯଦି ଶ୍ରୀମତି ମୁର୍ମୁ ରାଷ୍ଟ୍ରପତିି ଭାବେ ନିର୍ବାଚିତ ହୁଅନ୍ତି ତାହେଲେ ସେ ହେବେ ଦେଶର ପ୍ରଥମ ଆଦିବାସୀ ରାଷ୍ଟ୍ରପତି। ପୂର୍ବରୁ ଦେଶର ଚତୁର୍ଥ ରାଷ୍ଟ୍ରପତି ଭାବେ ଭି.ଭି ଗିରି ୧୯୬୯ ମସିହାରେ ନିର୍ବାଚିତ ହୋଇଥିଲେ। ଏବେ ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଦ୍ରୈାପଦୀ ମୁର୍ମୁଙ୍କୁ ବିଭିନ୍ନ ମହଲରୁ ଅଭିନନ୍ଦର ସୁଅ ଛୁଟୁଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଟ୍ୱିଟ୍ କରି ଶୁଭେଚ୍ଛା ଜଣାଇଛନ୍ତି।

ସୋମବାର ସନ୍ଧ୍ୟାରେ ବିଜେପି ସଂସଦୀୟ ଦଳ ବୈଠକରେ ଦ୍ରୈାପଦୀଙ୍କୁ ପ୍ରାର୍ଥୀ କରିବା ଲାଗି ସ୍ଥିର କରାଯାଇଛି। ୨୦ ଜଣଙ୍କ ନାମକୁ ନେଇ ବିଚାର ବିମର୍ଶ କରିବା ପରେ ଦ୍ରୈାପଦୀ ମୁର୍ମୁଙ୍କ ନାଁକୁ ଅନୁମୋଦନ ମିଳିଥିଲା। ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ସରୁଥିବାରୁ ଦେଶର କିଏ ହେବ ପରବର୍ତୀ ରାଷ୍ଟ୍ରପତି, ସେନେଇ କଳ୍ପନାଜଳ୍ପନା ଲାଗିରହିଥିବା ବେଳେ ଓଡ଼ିଶାର ବିଜେପି ନେତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୈାପଦୀ ମୁର୍ମୁଙ୍କୁ ପ୍ରାର୍ଥୀ ଘୋଷଣା କରିଛି ଏନଡିଏ। ପରେ ଆଦିବାସୀ ମହିଳାଙ୍କୁ ଚୟନ କରିବା ଲାଗି ସର୍ବସମ୍ମତି କ୍ରମେ ନିଷ୍ପତି ହୋଇଛି। ଏନେଇ ଘୋଷଣା କରିଛନ୍ତି ବିଜେପି ମୁଖ୍ୟ ଜେ.ପି.ନଡ୍ଡା। ଦ୍ରୈାପଦୀଙ୍କ ପୂର୍ବରୁ ଦେଶର ପ୍ରଥମ ମହିଳା ରାଷ୍ଟ୍ରପତି ହୋଇଥିଲେ ପ୍ରତିଭା ଦେବୀ ସିଂ ପାଟିଲ। ଅନ୍ୟପଟେ ଉଭୟ କ୍ଷମତାସୀନ ଏନଡ଼ିଏ ଏବଂ ବିରୋଧୀମାନେ ମଧ୍ୟ ନିଜ ନିଜ ପ୍ରାର୍ଥୀଙ୍କ ନାମ ଘୋଷଣା କରିସାରିଛନ୍ତି। ସୋମବାର ପୂର୍ବାହ୍ନରେ ମିଳିତ ବିରୋଧୀ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଛନ୍ତି ଯଶୋବନ୍ତ ସିହ୍ନା।

Leave A Reply

Your email address will not be published.