ନୂଆଦିଲ୍ଲୀ: ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିଛନ୍ତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ । ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଏ.ଭି.ରମଣା, ଦ୍ରୌପଦୀ ମୁର୍ମୁ ଙ୍କୁ ୧୫ତମ ରାଷ୍ଟ୍ରପତି ଭାବରେ ପଦ ଏବଂ ଗୋପନୀୟତାର ଶପଥ ପାଠ କରାଇଛନ୍ତି ।
ଶପଥ ଗ୍ରହଣ ପରେ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ କହିଛନ୍ତି ଯେ ସଂସଦରେ ଛିଡା ହେବା – ସମସ୍ତ ଭାରତୀୟଙ୍କ ଆଶା, ଆକାଂକ୍ଷା ଏବଂ ଅଧିକାରର ପ୍ରତୀକ – ମୁଁ ନମ୍ରତାର ସହିତ ଆପଣ ସମସ୍ତଙ୍କୁ କୃତଜ୍ଞତା ଜଣାଉଛି । ଏହି ନୂତନ ଦାୟିତ୍ବ ତୁଲାଇବା ପାଇଁ ଆପଣଙ୍କ ବିଶ୍ୱାସ ଏବଂ ସମର୍ଥନ ମୋ ପାଇଁ ଏକ ପ୍ରମୁଖ ଶକ୍ତି ହେବ, ରାଷ୍ଟ୍ରପତି ପଦରେ ପହଞ୍ଚିବା ମୋର ବ୍ୟକ୍ତିଗତ ସଫଳତା ନୁହେଁ, ଏହା ହେଉଛି ଭାରତର ପ୍ରତ୍ୟେକ ଗରିବଙ୍କ ସଫଳତା । ମୋର ନାମାଙ୍କନ ହେଉଛି ପ୍ରମାଣ ଯେ ଭାରତର ଗରିବମାନେ କେବଳ ସ୍ୱପ୍ନ ଦେଖିପାରିବେ ନାହିଁ ବରଂ ସେହି ସ୍ୱପ୍ନକୁ ମଧ୍ୟ ପୂରଣ କରିପାରିବେ ।
ମୋତେ ସନ୍ତୁଷ୍ଟ ଯେ ବର୍ଷ ବର୍ଷ ଧରି ବିକାଶରୁ ବଞ୍ଚିତ ଥିବା ଲୋକମାନେ – ଗରିବ, ଦଳିତ, ପଛୁଆ, ଆଦିବାସୀମାନେ ମୋତେ ସେମାନଙ୍କର ପ୍ରତିଫଳନ ଭାବରେ ଦେଖିପାରିବେ | ମୋ ନାମାଙ୍କନପତ୍ରରେ ଏହା ପଛରେ ଗରିବ ଲୋକଙ୍କର ଆଶୀର୍ବାଦ ଅଛି, ଏହା କୋଟି କୋଟି ମହିଳାଙ୍କ ସ୍ୱପ୍ନ ଏବଂ ସାମର୍ଥ୍ୟର ପ୍ରତିଫଳନ ।
ଗୋଟିଏ ଗରିବ ପରିବାରରୁ ଯେପରି ଆସି ମୁଁ ଏଠାରେ ପହଁଚିଛି ଏହା ସମସ୍ତଙ୍କ ପାଇଁ ମଧ୍ୟ ଭାରତୀୟ ଗଣତନ୍ତ୍ର ପାଇଁ ମଧ୍ୟ ଏକ ଉଦାହରଣ ହୋଇ ରହିବ । ପିଲାଦିନର ଶିକ୍ଷକ ଏବଂ ବନ୍ଧୁମାନଙ୍କୁ ମନେ ପକାଇବା ସହ ସ୍କୁଲ ଶିକ୍ଷକତା ଜୀବନ ବିଷୟରେ ମଧ୍ୟ କହିଥିଲେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ଏହା ସହ ପୁଣି ରାଷ୍ଟ୍ରପତି ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ କହିଥିଲେ ଯେ ..ଓଡ଼ିଶାର ଏକ ଛୋଟ ଆଦିବାସୀ ଗାଁରୁ ଆରମ୍ଭ କରିଥିଲି ରାଜନୈତିକ ଜୀବନ। ମୁଁ ହେଉଛି ଗାଁର ପ୍ରଥମ କଲେଜ୍ ଯାଇଥିବା ଝିଅ’। କାଉନସିଲରରୁ ରାଷ୍ଟ୍ରପତି ହେବାର ସୌଭାଗ୍ୟ ମତେ ମିଳିଛି
ମୁଁ ଦେଶର ପ୍ରଥମ ରାଷ୍ଟ୍ରପତି ଯିଏ ସ୍ବାଧୀନ ଭାରତରେ ଜନ୍ମଗ୍ରହଣ କରିଛି। ଆମର ସ୍ୱାଧୀନତା ସଂଗ୍ରାମୀମାନେ ସ୍ୱାଧୀନ ଭାରତର ନାଗରିକମାନଙ୍କ ସହିତ ଥିବା ଆଶାକୁ ପୂରଣ କରିବା ପାଇଁ ଆମର ପ୍ରୟାସକୁ ତ୍ୱରାନ୍ୱିତ କରିବାକୁ ପଡ଼ିବ ।
ଭାରତ ସବୁ କ୍ଷେତ୍ରରେ ବିକାଶ କରୁଛି । ମହାମାରୀ ସଂକଟବେଳେ ଭାରତ ଯେପରି ସାମର୍ଥ୍ୟ ଦେଖାଇଛି ତାହା ଭାରତର ଶକ୍ତି ବଢ଼ାଇଛି । ଦୁନିଆ ସାମନାରେ ଭାରତ ନୂଆ ମାପଦଣ୍ଡ ସୃଷ୍ଟି କରିଛି ।ଭାରତ 200 କୋଟି ଟିକା ଲଗାଇ ରେକର୍ଡ କରିଛି । ଭାରତ ଏଭଳି ମୁସ୍କିଲ ସମୟରେ ନିଜକୁ ସମ୍ଭାଳିବା ସହ ବିଶ୍ବକୁ ସାହାଯ୍ୟ କରିଛି । ବିଶ୍ବ ଶାନ୍ତି ପାଇଁ ଭାରତ ଠାରୁ ବିଶ୍ବ ଅନେକ ଆଶା ରଖିଛି ।
ମୁଁ ଆମ ଦେଶର ଯୁବବର୍ଗଙ୍କୁ ଏହା କହିବାକୁ ଚାହେଁ ଯେ ଆପଣମାନେ ଦେଶର ମୂଳ ଭିତ୍ତିଭୂମି ନିର୍ମାଣରେ ଯେଉଁ ସହଯୋଗ କରୁଛନ୍ତି ତାହାକୁ ମୁଁ ପ୍ରଶଂସା କରୁଛି ।
ଦେବୀ ଓ ସଜ୍ଜନମାନେ ଆପଣମାନେ ଜାଣନ୍ତି ମୋର ଜନ୍ମ ଏଭଳି ଜନଜାତି ପରିବାରରେ ହୋଇଛି ଯେଉଁମାନେ ହଜାର ବର୍ଷ ହେଲା ପରିବେଶ କୁ ଭଲ ପାଇ ଆସୁଛନ୍ତି । ଆମେ ପ୍ରକୃତିଠାରୁ ଆବଶ୍ୟକୀୟ ବସ୍ତୁ ନେଉ ଏବଂ ଏହାର ସେବା ମଧ୍ୟ କରୁ । ଭାରତ ପରିବେଶ ରକ୍ଷାରେ ବିଶ୍ବ ପାଇଁ ମାର୍ଗଦର୍ଶନ ବନିପାରିଛି ।
ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ଭିମ ଭୋଇଙ୍କ ଏକ ଲେଖା ଲେଖିଛନ୍ତି ତାହା ହେଉଛି ‘ମୋ ଜୀବନ ପଛେ ନର୍କ ପଡିଥାଉ ଜଗତ ଉଦ୍ଧାର ହେଉ’ । ଏହାକୁ ନେଇ ପୁରା ନିଷ୍ଠାର ସହ ମୁଁ ଏଭଳି ଭାବନାରେ ଦେଶପାଇଁ କାର୍ଯ୍ୟ କରିବି । କର୍ତବ୍ୟ ପଥରେ ଆଗକୁ ଆଗକୁ ବଢ଼ି ଆମେ ଭାରତ ପାଇଁ କାର୍ଯ୍ୟ କରିବା । ଜୟ ହିନ୍ଦ । ଧନ୍ୟବାଦ
ये हमारे लोकतंत्र की ही शक्ति है कि उसमें एक गरीब घर में पैदा हुई बेटी, दूर-सुदूर आदिवासी क्षेत्र में पैदा हुई बेटी, भारत के सर्वोच्च संवैधानिक पद तक पहुंच सकती है।
— President of India (@rashtrapatibhvn) July 25, 2022
मैंने अपनी जीवन यात्रा ओडिशा के एक छोटे से आदिवासी गाँव से शुरू की थी।
मैं जिस पृष्ठभूमि से आती हूँ, वहां मेरे लिये प्रारंभिक शिक्षा प्राप्त करना भी एक सपने जैसा ही था।
लेकिन अनेक बाधाओं के बावजूद मेरा संकल्प दृढ़ रहा और मैं कॉलेज जाने वाली अपने गांव की पहली बेटी बनी।
— President of India (@rashtrapatibhvn) July 25, 2022
CJI NV Ramana administers oath of office, President-elect Droupadi Murmu becomes the 15th President of India.
She is the second woman President of the country, first-ever tribal woman to hold the highest Constitutional post and the first President to be born in independent India pic.twitter.com/qXd9Kzcg2z
— ANI (@ANI) July 25, 2022
ଏହା ପୂର୍ବରୁ ରାଷ୍ଟ୍ରପତି ଭବନରେ ତାଙ୍କୁ ସ୍ବାଗତ କରିଥିଲେ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।
Delhi | Outgoing President Ram Nath Kovind and his wife Savita Kovind extend greetings to President-elect Droupadi Murmu at Rashtrapati Bhavan.
(Source: Rashtrapati Bhavan) pic.twitter.com/1OSIqsWJil
— ANI (@ANI) July 25, 2022
#WATCH | Delhi: Outgoing President Ram Nath Kovind and his wife Savita Kovind extend greetings to President-elect Droupadi Murmu at Rashtrapati Bhavan.
(Video Source: Rashtrapati Bhavan) pic.twitter.com/DF6dN6iVNQ
— ANI (@ANI) July 25, 2022
ଶପଥ ଗ୍ରହଣ କରିବା ପାଇଁ ସଂସଦ ଭବନରେ ପହଁଚି ଥିଲେ ଶ୍ରୀମତୀ ମୁର୍ମୁ । କିଛି ସମୟ ପରେ ସେଣ୍ଟ୍ରାଲ ହଲକୁ ଯିବେ ଶ୍ରୀମତୀ ଦ୍ରୈାପଦୀ ମୁର୍ମୁ ।
୧୫ତମ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବା ପୂର୍ବରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଜଘାଟ ଯାଇ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସମାଧିସ୍ଥଳରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
#WATCH | President-elect #DroupadiMurmu pays tribute at Rajghat in Delhi. She will take oath as the 15th President of the country today.
(Video Source: Rashtrapati Bhavan Twitter account) pic.twitter.com/pen5zhVHwR
— ANI (@ANI) July 25, 2022
ଏହି ସମାରୋହରେ ଉପରାଷ୍ଟ୍ରପତି ଏମ.ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ୍ ବିର୍ଲା, ସବୁ ରାଜ୍ୟର ରାଜ୍ୟପାଳ, ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ, ପ୍ରମୁଖ ରାଜନେତାଙ୍କ ସମେତ ଦୁଇ ସଦନର ସଦସ୍ୟ ଉପସ୍ଥିତ ରହିଥିଲେ।
Comments are closed.