ମୁମ୍ବାଇ: ବଲିଉଡ ପରେ ଏବେ ପାଳି ଟେଲିଭିଜନ ଦୁନିଆର । ଏନ୍ସିବି ସ୍କାନରେ ଟେଲି କଳାକର । ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲାରେ ଡ୍ରଗ୍ସ କାରବାର ସାମ୍ନାକୁ ଆସିବା ପରେ ପୁରାପୁରି ଆକ୍ସନ ମୋଡରେ ରହିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଏବେ ସୁଦ୍ଧା ବଲିଉଡ୍ ସେଲିବ୍ରିଟିଙ୍କ ନାଁ ଆସୁଥିବା ବେଳେ ଏବେ ଟିଭି ସେଲିବ୍ରିଟିଙ୍କ ନାଁ ସାମ୍ନାକୁ ଆସିଛି।
ଏନିସିବି ଜେରାରେ ଦୁଇଜଣ ଟିଭି କଳାକାର ଅଭିଗେଲ ପାଣ୍ଡେ ଓ ସନମ ଜୋହରଙ୍କ ନାଁ ଡ୍ରଗ୍ସ ମାମଲାରେ ସଂପୃକ୍ତି ଥିବା ଜଣାପଡ଼ିଛି। ଅଭିଗେଲ ଜଣେ ଅଭିନେତ୍ରୀ ହୋଇଥିବା ବେଳେ ସନମ ଡାନ୍ସ କୋରିଓଗ୍ରାଫର ଓ ତାଙ୍କ ବଏଫ୍ରେଣ୍ଡ ମଧ୍ୟ। ଏ ଦୁହିଁଙ୍କୁ ଏନସିବି ପୂର୍ବରୁ ନୋଟିସ୍ ଦେଇଥିଲା। ଗତକାଲିଠାରୁ ଏନେଇ ତାଙ୍କୁ ପଚରାଉଚରା ଚଳାଇଛି ଏନସିବି। ଏହା ସହ ଦୁହିଁଙ୍କ ଘରେ ଚଢ଼ଉ କରିଛି। ଏନସିବି ହାତରେ ବଳିଷ୍ଠ ପ୍ରମାଣ ଲାଗିଥିବା କୁହାଯାଉଛି।
ଡ୍ରଗ୍ସ କାରବାର ମାମଲାରେ ଏନସିବି ଗିରଫ କରିଥିବା କରମଜିତ ଜେରା ବେଳେ ପାଖାପାଖି ୨୦ ଜଣ ସେଲିବ୍ରିଟିଙ୍କ ନାଁ କହିଛି । ସେଥିମଧ୍ୟରେ ପାଖପାଖି ଅଧିକାଂଶ ଟେଲିଭିଜନ କଳାକାରଙ୍କ ନାଁ ରହିଛି ।
ଡ୍ରଗ୍ସ ପେଡଲର ଅଭିଯୁକ୍ତ ଅନୁଜ କେଶଓ୍ବାନି ଓ ରାହିଲଙ୍କ ଜେରା ବେଳେ ଅଭିଗେଲ ଓ ସନମ ଜୋହରଙ୍କ ନାଁ ସାମ୍ନାକୁ ଆସିଛି। ତେବେ ଅନୁଜ ଓ ରାହିଲଙ୍କୁ ସୁଶାନ୍ତ ମୃତ୍ୟୁ ମାମଲାରେ ଗିରଫ କରାଯାଇଥିଲା।
Comments are closed.