Latest Odisha News

BREAKING NEWS

ରାଜଧାନୀ ରାଜରାସ୍ତାରେ ହଙ୍ଗାମା କଲେ ନିଶାଶକ୍ତ ଯୁବତୀ

ଭୁବନେଶ୍ୱର: ରାଜଧାନୀର ବ୍ୟସ୍ତବହୁଳ ରାସ୍ତାରେ ନିଶାଶକ୍ତ ଅବସ୍ଥାରେ ହଙ୍ଗାମା କରୁଥିବା ୨ ଜଣ ଯୁବତୀଙ୍କୁ ହେପାଜତରେ ନେଇଛି ପୋଲିସ ।

ମିଳିଥିବା ସୂଚନାନୁଯାୟୀ କପିଳେଶ୍ୱର ରୋଡରେ ଯାଉଥିବା ଏକ କାରଟି ହଠାତ୍ ରାସ୍ତା ମଝିରେ ଅଟକିଥିଲା । ପରେ ଏହି ଘଟଣାରେ ସ୍ଥାନୀୟ ଲୋକେ ପ୍ରତିବାଦ କରିବାରୁ ଗାଡି ମଧ୍ୟରୁ ୨ ଜଣ ଯୁବତୀ ବାହାରି ସେମାନଙ୍କ ସହ ଯୁକ୍ତିତର୍କ କରିଥିଲେ । ଉକ୍ତ ଯୁବତୀମାନେ ନିଶାଶକ୍ତ ଥିବା ବେଳେ ରାସ୍ତା ମଝିରେ ପାଟିତୁଣ୍ଡ ହେବାରୁ ଉତ୍ତେଜନା ପ୍ରକାଶ ପାଇଥିଲା ।

ପରେ ଲିଙ୍ଗରାଜ ପୋଲିସ ଉକ୍ତ ଯୁବତୀଙ୍କୁ ପଚରାଉଚରା ଲାଗି ହେପାଜତରେ ନେଇଥିବା ଜଣାପଡିଛି । ୨ ଯୁବତୀ ପଶ୍ଚିମବଙ୍ଗର ହୋଇଥିବା ବେଳେ ପୋଲିସ ଗାଡି ମଧ୍ୟରୁ ମଦ ବୋତଲ ଓ ସିଗାରେଟ୍ ମଧ୍ୟ ଜବତ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

Leave A Reply

Your email address will not be published.