Latest Odisha News

BREAKING NEWS

ଅକ୍ଟୋବର ୨୧ରେ ହେବ ମହାରାଷ୍ଟ୍ର ଓ ହରିଆଣା ବିଧାନସଭା ନିର୍ବାଚନ

ନୂଆଦିଲ୍ଲୀ: ଅକ୍ଟୋବର ୨୧ ତାରିଖରେ ହରିଆନା ଓ ମହାରାଷ୍ଟ୍ର ବିଧାନସଭା ଆସନ ଲାଗି ଶନିବାର ଦିନ ନିର୍ବାଚନ ତାରିଖ ଘୋଷିତ ହୋଇଛି ।

ଭାରତ ନିର୍ବାଚନ କମିଶନର ମୁଖ୍ୟ ସୁନିଲ ଅରୋରା ନିର୍ବାଚନ ତାରିଖ ଘୋଷଣା କରିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ ପରେ ୨୪ ତାରିଖରେ ଭୋଟ୍ ଗଣତି ହେବାକୁ ଥିବାବେଳେ ଅକ୍ଟୋବର ୪ ତାରିଖରେ ନାମାଙ୍କନ ଦାଖଲର ଶେଷ ଦିନ ହୋଇଥିବା ବେଳେ ଅକ୍ଟୋବର ୭ ତାରିଖ ସୁଦ୍ଧା ପ୍ରାର୍ଥୀମାନେ ନିଜ ନିଜର ନାମାଙ୍କନ ପ୍ରତ୍ୟାହାର କରିପାରିବେ ।

ଉଲ୍ଲେଖଯୋଗ୍ୟ, ଆସନ୍ତା ନଭେମ୍ବର ୨ ତାରିଖରେ ହରିଆନା ଏବଂ ୯ ତାରିଖରେ ମହାରାଷ୍ଟ୍ର ବିଧାନସଭା କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି ।

Leave A Reply

Your email address will not be published.