Latest Odisha News

BREAKING NEWS

ନବୀନ ନିବାସ ସମ୍ମୁଖରେ ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ନିକଟରେ ଶନିବାର ଦିନ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିବା ଭଳି ଘଟଣା ନଜରକୁ ଆସିଛି ।

ସମ୍ପୃକ୍ତ ଯୁବକଙ୍କ ନାମ ରଘୁନାଥ ଓଝା (୩୮) ବୋଲି ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ରଘୁନାଥ ନିଜ ଦେହରେ ପେଟ୍ରୋଲ୍ ଢାଳି ଆତ୍ମହତ୍ୟା କରିବା ଲାଗି ଉଦ୍ୟମ କରୁଥିଲା । ଏହା ଜାଣିପାରି ନବୀନ ନିବାସରେ ମୁତୟନ ସୁରକ୍ଷାକର୍ମୀ ତାଙ୍କୁ ବଞ୍ଚାଇ ଦେଇଥିଲେ ।

ସେ କଟକ ଜିଲ୍ଲା ନିଆଳି ନିକଟସ୍ଥ ପହଙ୍ଗା ଗ୍ରାମର ବାସିନ୍ଦା ଏବଂ ସେ ଥାନାରେ ଦାଏର କରିଥିବା ଏକ ମାମଲାରେ ପୋଲିସ ନିଷ୍କ୍ରିୟତା ମନୋଭାବ ପ୍ରଦର୍ଶନ ଯୋଗୁଁ ସେ ଆତ୍ମାହୃତି ଦେବାକୁ ବାଧ୍ୟ ହେଲେ ବୋଲି ଅଭିଯୋଗ କରିଛନ୍ତି ରଘୁନାଥ ।

ରଘୁନାଥଙ୍କ କହିବାନୁଯାୟୀ, ନିକଟ ଅତୀତରେ କିଛି ଗ୍ରାମବାସୀ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ସେ ଏନେଇ ନିଆଳି ଥାନାରେ ଏକ ମାମଲା ରୁଜୁ କରିଥିଲେ । ତେବେ ଅଭିଯୋଗ କରିବାର ୨୧ ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଏପରିକି ମୁଁ ଅଡସପୁର ଏସଡିପିଓ, କଟକ ଏସପି (ଗ୍ରାମୀଣ) ଓ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ଭେଟି ମାମଲାରେ କାର୍ଯ୍ୟାନୁଷ୍ଠାନ କରିବା ଲାଗି ଦାବି କରିଥିଲେ ମଧ୍ୟ ସେମାନେ ଶୁଣିନଥିଲେ ।

“ମୋତେ ଓ ମୋ ପରିବାର ବର୍ଗକୁ ବାରମ୍ବାର ହତ୍ୟା ଧମକ ଆସୁଥିବା ବେଳେ ମୁଁ ନିରୁପାୟ ହୋଇଯାଇଥିଲି । ସେମାନଙ୍କ ହାତରେ ମରିବା ଅପେକ୍ଷା ମୁଁ ନବୀନ ନିବାସ ଆଗରେ ପ୍ରାଣତ୍ୟାଗ କରିବା ପାଇଁ ନିଷ୍ପତ୍ତି ନେଇଥିଲି” ବୋଲି ରଘୁନାଥ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.