Latest Odisha News

BREAKING NEWS

ତହସିଲଦାରଙ୍କୁ ଆକ୍ରମଣ କଲେ ମଦ୍ୟପ ଯୁବକ

ଜଗତସିଂହପୁର: ଲକଡାଉନ କଟକଣା ଯାଞ୍ଚ କରୁଥିବା ବେଳେ ଜଗତସିଂହପୁର ଜିଲ୍ଲାର ଏରସମା ଥାନା ଅନ୍ତର୍ଗତ ଜାପା ଛକରେ ଜଣେ ମଦ୍ୟପ ଯୁବକ ତହସିଲଦାର ଚୌଧୁରୀ ପ୍ରଜଣାନନ୍ଦ ଦାଶଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

ସୂଚନାନୁସାରେ, ଲକଡାଉନ ସମୟରେ ଦୋକାନ ବଜାର ଖୋଲାଥିବା ନେଇ ଶ୍ରୀ ଦାଶ ଜାପା ମାର୍କେଟର କିଛି ଦୋକାନ ଉପରେ ଚଢାଉ କରିଥିଲେ।

ଏହି ସମୟରେ ଜଣେ ମଦ୍ୟପ ଯୁବକ ଅଚାନକ ସମ୍ପୃକ୍ତ ଅଧିକାରୀ ଯାଉଥିବା ଗାଡ଼ିକୁ ଆକ୍ରମଣ କରିଥିଲେ। ଏନେଇ ତହସିଲଦାର କହିଛନ୍ତି ଯେ, ମାର୍କେଟରେ ଲକଡାଉନ୍ ଉଲ୍ଲଂଘନକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମେ ଚଢାଉ କରିଥିଲୁ। ଏହି ସମୟରେ ମଦ୍ୟପ ଯୁବକ ଆମକୁ ପଥର ଫୋପାଡିବା ସହ ଗାଡ଼ିକୁ ଗୋଇଠା ମାରିଥିଲା।

ପଥର ଫିଙ୍ଗିବା ଯୋଗୁଁ ଗାଡିଟି ଆଂଶିକ ଭାବେ କ୍ଷତିଗ୍ରସ୍ତ ହୋଇଛି ବୋଲି ସେ କହିଛନ୍ତି।

ତେବେ ଏନେଇ ଏରସମା ଥାନାରେ ଅଭିଯୋଗ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଥିବା ସୁତ୍ରରୁ ପ୍ରକାଶ।

Leave A Reply

Your email address will not be published.