ଭୁବନେଶ୍ବର: ବେଳେବେଳେ ଦୀର୍ଘଦିନ ଧରି କାଶ ଲାଗି ରହିଥାଏ । ଔଷଧ ସେବନ ଦ୍ବାରା ମଧ୍ୟ ଏହି କାଶ କମେ ନାହିଁ । ତେବେ କିଛି ଘରୋଇ ଉପଚାର ଦ୍ୱାରା ଆପଣ ଏହି କାଶରୁ ମୁକ୍ତି ପାଇ ପାରିବେ ।
– କାଶ ହେଉଥିଲେ ଥଣ୍ଡା ପାଣି, ଆଇସ୍କ୍ରିମ୍ ଆଦି ଥଣ୍ଡା ଜାତୀୟ ଖାଦ୍ୟ ଆଦୌ ଖାଆନ୍ତୁ ନାହିଁ। ମଝିରେ ମଝିରେ ଉଷୁମ ପାଣିରେ ଅଳ୍ପ ମହୁ ମିଶାଇ ପିଅନ୍ତୁ । ଫଳରେ ଗଳାକୁ ଆରାମ ମିଳିବ।
-ସେହିପରି ଏକ ଚାମଚ ମହୁରେ ୪-୫ଟି ଗୋଲମରିଚ ଗୁଣ୍ଡ ମିଶାଇ ଖାଆନ୍ତୁ । ଏହା ଦ୍ବାରା କାଶ ସମସ୍ୟାରୁ ଉପଶମ ମିଳିବ। ମହୁରେ ଥିବା ଆଣ୍ଟି ବ୍ୟାକ୍ଟେରିଆଲ୍ ଗୁଣ କାଶ କମ କରିଥାଏ ।
-ଶୁଖିଲା କାଶ କମାଇବା ଲାଗି ତୁଳସୀପତ୍ର ଓ ଅଦା ରସରେ ମହୁ ମିଶାଇ ଖାଆନ୍ତୁ । ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ ସାହାଯ୍ୟ କରିଥାଏ।
-ଅଧିକ କାଶ ହେଉଥିଲେ ଖଣ୍ଡେ ଅଦାରେ ଅଳ୍ପ ଲୁଣ ଲଗାଇ ପାଟିର କଳରେ ରଖନ୍ତୁ । ଏହାକୁ ଧୀରେ ଧୀରେ ଚୋବାନ୍ତୁ । ଅଦା ରସ ଗଳାକୁ ଆରାମ ଦେଇଥାଏ ।
– ଆହୁରି ମଧ୍ୟ ଆପଣ କାଶ କମାଇବା ପାଇଁ ଦିନକୁ ଅତି କମ୍ରେ ୪-୫ ଥର ଗରମ ଲୁଣପାଣିରେ ଗାର୍ଗେଲିଂ କରନ୍ତୁ। ଏହାଦ୍ୱାରା କାଶ ମଧ୍ୟ ଧୀରେ ଧୀରେ କମିଥାଏ ।
Comments are closed.