ଭୁବନେଶ୍ୱର: କିଟ୍ ଛାତ୍ରୀ ପ୍ରକୃତି ଲାମସାଲ୍ଙ୍କ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକଙ୍କ ଉପସ୍ଥିତିରେ ଶବବ୍ୟବଚ୍ଛେଦ ହୋଇଥିଲା। ଏମ୍ସରେ ପୋଷ୍ଟମର୍ଟମ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବିଳମ୍ବିତ ରାତିରେ ହସ୍ତାନ୍ତର ପରେ ନେପାଳ ନେଇଗଲେ ପରିବାର ଲୋକେ।
ଅନ୍ୟପଟେ କିଟ୍ ଛାତ୍ରୀ ମୃତ୍ୟୁ ପ୍ରସଙ୍ଗରେ ତୀବ୍ର ହେଉଛି ଆନ୍ଦୋଳନ। ଅନଶନରେ ବସିଥିବା ନବ ନିର୍ମାଣ ଛାତ୍ର ସଂଗଠନକୁ ଭେଟିଲେ ପ୍ରତିଷ୍ଠାତା। ଅନଶନକାରୀଙ୍କ ସହ ଆଲୋଚନା କଲେ ଦାବିପତ୍ର ନେଲେ ଅଚ୍ୟୁତ ସାମନ୍ତ। କିଟ୍ ପ୍ରସଙ୍ଗରେ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଲେନି।
ସୂଚନା ଥାଉକି, ନେପାଳର ବି.ଟେକ୍ ଦ୍ୱିତୀୟ ବର୍ଷର ଛାତ୍ରୀ ପ୍ରକୃତି ଲାମସା(୨୦) ତାଙ୍କ ହଷ୍ଟେଲ୍ ରୁମ୍ରେ ଆତ୍ମହତ୍ୟା କରିଥିଲେ। ତାଙ୍କର ପୁରୁଷ ବନ୍ଧୁ ପ୍ରତାରଣା କରିବା ପରେ ଏପରି ଚରମ ନିଷ୍ପତି ନେଇଥିଲେ ପ୍ରକୃତି। ହଷ୍ଟେଲ୍ କର୍ତ୍ତୃପକ୍ଷ ତୁରନ୍ତ ପୋଲିସକୁ ଏନେଇ ଖବର ଦେବା ପରେ ଅଭିଯୁକ୍ତକୁ ତୁରନ୍ତ ଗିରଫ ଦାବିରେ ଶତାଧିକ ନେପାଳ ଛାତ୍ରଛାତ୍ରୀ ଏକାଠି ହୋଇ ନାରାବାଜି ଆରମ୍ଭ କରିଦେଇଥିଲେ। କ୍ୟାମ୍ପସରେ ବ୍ୟାପକ ଭଙ୍ଗାରୁଜା କରିବା ସହ ରାସ୍ତା ଅବରୋଧ କରିଥିଲେ। ଫଳରେ ବାଧ୍ୟ ହୋଇ ବିଶ୍ୱବିଦ୍ୟାଳୟ ସାଇନ୍-ଏ-ଡାଇ ଘୋଷଣା କରି ତୁରନ୍ତ କ୍ୟାମ୍ପସ୍ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ ବିଶ୍ଵବିଦ୍ୟାଳୟ କତ୍ତୃପକ୍ଷ।
Comments are closed.