Latest Odisha News

BREAKING NEWS

ଥଇଥାନ ଦାବିରେ ଉଠା ଦୋକାନୀଙ୍କ ବିରୋଧ

ପୁରୀ: ପ୍ରତିଶ୍ରୁତି ଦେବା ପରେ ବି ଥଇଥାନ କରାଯାଇପାରୁନି । ଯାହର ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି ବିରୋଧୀ। ଏହି ଦୃଶ୍ୟ ଦେଖିବାକୁ ମିଳିଛି ପୁରୀ ବେଳାଭୂମିରେ ।

ବେଳାଭୂମି ଓ ରାସ୍ତାର ଦୁଇପାର୍ଶ୍ୱରେ ଥିବା ଉଠା ଦୋକାନୀଙ୍କୁ ଚଳିତ ମାସରେ ଉଚ୍ଛେଦ କରଯାଇଥିଲା । ଥଇଥାନ ନକରି ତରବରିଆ ଭାବେ ଉଚ୍ଛେଦ କରାଯାଇଥିବାରୁ ଏହାର ବିରୋଧ କରି ଉଠାଦୋକାନୀମାନେ ପୁରୀ ହୋଟେଲ ନିକଟରେ ଦୁଇଘଣ୍ଟା ଧରି ରାସ୍ତାରୋକ କରିଥିଲେ ।

ଥଇଥାନ ନକରି ତରବରିଆ ଭାବେ ଉଚ୍ଛେଦ କରାଯାଇଥିବାରୁ ଏହାର ବିରୋଧ କରି ସେଦିନ ଉଠାଦୋକାନୀମାନେ ପୁରୀ ହୋଟେଲ ନିକଟରେ ଦୁଇଘଣ୍ଟା ଧରି ରାସ୍ତାରୋକ କରିଥିଲେ ।

୧୮ ଦିନ ପରେ ମଧ୍ୟ ସେମାନଙ୍କୁ ଥଇଥାନ କରାଯାଇଥିବାରୁ ଆଜି ଶତାଧିକ ଉଠା ଦୋକାନୀ ଏକ ବିରାଟ ଶୋଭାଯାତ୍ରାରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଦିଗବାରିଣୀ ଛକରୁ ବେଳାଭୂମି ରାସ୍ତାର ଉଭୟ ପାର୍ଶ୍ୱରେ ଶତାଧିକ ଉଠା ଦୋକାନୀ ରହିଛି । ବ୍ଲୁ ଫ୍ଲାଗ ବିଚ ହେବା ପରେ ଅନେକ ଉଠା ଦୋକାନୀ ସେମାନଙ୍କ ଜୀବିକା ହରାଇଛନ୍ତି ।

ବର୍ତ୍ତମାନ ପର୍ୟ୍ୟଟନ ଋତୁ ଚାଲିଥିବା ବେଳେ ହଠାତ ତରବରିଆ ଭାବେ ଉଠାଦୋକାନୀଙ୍କୁ ବେଳାଭୂମିରୁ ହଟାଯିବା ନେଵା ଅସନ୍ତୋଷ ପ୍ରକାଶ ପାଇଛି । ଥଇଥାନ ନକରି ଉଚ୍ଛେଦ କରାଯାଇଥିବାରୁ ପ୍ରଥମେ ଉଠାଦୋକାନୀ ମାନେ ଦୀର୍ଘ ସମୟ ଧରି ନୂଆ ମାରାଇନ ଡ୍ରାଇଭ ରାସ୍ତାକୁ ଅବରୋଧ କରିଥିଲେ।

ନଚେତ ଡିସେମ୍ବର ୨୫ରୁ ଜାନୁଆରୀ ୧ ପର୍ୟ୍ୟନ୍ତ ସେମାନେ ବ୍ୟାପକ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସମୁଦ୍ରକୂଳକୁ ଅବରୋଧମୁକ୍ତ, ପରିଷ୍କାର ପରିଚ୍ଛନ୍ନ ରଖିବା ସହ ଟ୍ରାଫିକ ଵ୍ୟଵସ୍ଥାରେ ସୁଧାର ଆଣିବା ପାଇଁ ଉକ୍ତ ଅଞ୍ଚଳକୁ ନୋ ଭେଣ୍ଡିଂ ଜୋନ ଭାବେ ଘୋଷଣା କରାଯାଇଛି ।

ସେପଟେ ଉଛେଦ ହୋଇଥିବା ଉଠା ଦୋକାନୀଙ୍କୁ ସାତଲହଡ଼ି ମଠ ସମ୍ମୁଖରେ ଥଇଥାନ ପାଇଁ ଵ୍ୟଵସ୍ଥା କରାଯାଇଥିବା ପୌର କାର୍ୟ୍ୟନିର୍ବାହୀ ଅଧିକାରୀ କହିଛନ୍ତି।

Leave A Reply

Your email address will not be published.