Latest Odisha News

ଆସୁଛି ବାତ୍ୟା ‘ଜୱାଦ’ : ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଲେ ସରକାର

ଭୁବନେଶ୍ୱର : ଆସୁଛି ବାତ୍ୟା ଜୱାଦ । ବାତ୍ୟାର ମୁକାବିଲା ଲାଗି ଆଶ୍ରୟସ୍ଥଳୀ ଗୁଡିକ ପ୍ରସ୍ତୁତ ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ତଳିଆ ଅଞ୍ଚଳର ଲୋକମାନଙ୍କୁ ଆବଶ୍ୟକତା ଦେଖି ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେହିପରି ଅଗ୍ନିସମ ବିଭାଗ , ଓଡ୍ରାଫ,ଏନଡିଆରଏଫ୍ ଟିମଙ୍କୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି ।

୨୦୦ଟି ଅଗ୍ନିସମ ବାହିନୀ ,୧୦୮ ଟି ଓଡ୍ରାଫ୍ ଟିମଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ଉପକୂଳ ଅଞ୍ଚଳ ସମେତ ନୟାଗଡ ଏବଂ ମୟୂରଭଞ୍ଜ ଜିଲ୍ଲାକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ସରକାର । ସାମ୍ଭବ୍ୟ ବାତ୍ୟା ମୁକାବିଲା ନେଇ ବସିଥିଲା ରାଜ୍ୟ ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ । ମୁଖ୍ୟ ଶାସନ ସଚ୍ଚିବଙ୍କ ଅଧ୍ୟକ୍ଷତାରେ ବସିଥିଲା ଏହି ବୈଠକ । ଭିିଡିଓ କନଫରେନ୍ସି ମାଧ୍ୟମରେ ସାମ୍ଭବ୍ୟ ବାତ୍ୟା ମୁକାବିଲା ନେଇ ହୋଇଥିଲା ଉଚ୍ଚସ୍ତରୀୟ ବୈଠକ ।

Leave A Reply

Your email address will not be published.