ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଇଲାକାରେ ଶନିବାର ଏକ ଭୟଙ୍କର ଦୁର୍ଘଟଣା ଘଟିଯାଇଛି । ଅପରାହ୍ନରେ ଏକ ଡିଟିସି ବସ ନିୟନ୍ତ୍ରଣ ହରାଇ ଏକାଧିକ ଯାନକୁ ଧକ୍କା ଦେଇଛି । ଏହି ଦୁର୍ଘଟଣାରେ ୩୦ ବର୍ଷର ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି । ଜଣେ ଆହତ ହୋଇଛନ୍ତି । ଦୁର୍ଘଟଣାର ଦୃଶ୍ୟ ସିସିଟିଭି କ୍ୟମେରାରେ କଏଦ ହୋଇଛି । ବସ ଡ୍ରାଇଭରକୁ ପୋଲିସ ଅଟକ ରଖିଛି ।
ମିଳିଥିବା ସୂଚନା ଅନୁସାରେ, ବସଟି ଦ୍ରୁତ ଗତିରେ ଆସୁଥିଲା । ହଠାତ ଗାଡି ଉପରୁ ଡ୍ରାଇଭର ନିୟନ୍ତ୍ରଣ ହରାଇଥିଲେ । ବସଟି ହଠାତ ରାସ୍ତା ଉପରେ ଯାଉଥିବା ଏକ ବସକୁ ଧକ୍କା ଦେଇଥିଲା । ତା’ ପରେ ରାସ୍ତା କଡରେ ପାର୍କିଂ କରାଯାଇଥିବା ଗାଡିକୁ ଧକ୍କା ଦେଇ ଅଟକି ଥିଲା ।
ଏହାଦେଖି ଫୁଟପାଥରେ ଥିବା ଲୋକେ ନିଜକୁ ବଞ୍ଚାଇବା ପାଇଁ ଦୌଡାଦୌଡି ଆରମ୍ଭ କରି ଦେଇଥିଲେ। କୁହାଯାଉଛି, ଟିଡିସିର ଏହି ଇଲେକ୍ଟ୍ରେନିକ ବସ ନିୟନ୍ତ୍ରଣ ହରାଇବାରୁ ଏହି ଦୁର୍ଘଟଣା ଘଟିଥିଲା । ବସର ବ୍ରେକ ଫେଲ ହୋଇଥିବା ଆଶଙ୍କା କରାଯାଉଛି । ପୋଲିସ ଘଟଣାର ତଦନ୍ତ କରୁଛି । ଆହତ ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି ।
#WATCH | One person died after being hit by a DTC bus in Delhi's Rohini area. Further investigation is underway: Delhi Police
(CCTV visuals confirmed by police) pic.twitter.com/Bt1ipo9GYr
— ANI (@ANI) November 4, 2023
Comments are closed.