ଭୁବନେଶ୍ବର: ୨୪ ନଭେମ୍ବର ୨୦୨୪, ଉତ୍ତରପ୍ରଦେଶ ସମ୍ଭଲରେ ଘଟିଥିବା ବଡ ହିଂସା ସମ୍ପର୍କରେ ଏକ ବଡ଼ ଖୁଲାସା ଏବେ ସାମ୍ନାକୁ ଆସିଛି । ଗତକାଲି ୟୁପି ପୋଲିସ ଏହି ହିଂସାକାଣ୍ଡ ନେଇ ଏକ ୩ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି। ପୋଲିସର କହିବା ଅନୁଯାୟୀ, ସମ୍ଭଲ ହିଂସାରେ ଦୁବାଇର ଗ୍ୟାଙ୍ଗଷ୍ଟର ଶାରିକ ସାଥା ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ପୋଲିସ ପଚରାଉଚରା ସମୟରେ ଶାରିକ ସାଥାଙ୍କ ସହଯୋଗୀ ମହମ୍ମଦ ଗୁଲାମ ଏନେଇ ସବୁ ଓଗାରିଥିବା କହିଛନ୍ତି ପୋଲିସ୍ ।
ଏନେଇ ପୋଲିସ ଏସପି ବିଷ୍ନୋଇ କହିଛନ୍ତି, ଯେ ପଚରାଉଚରା ସମୟରେ ଗୁଲାମ ସ୍ୱୀକାର କରିଛି, ସେ ସାଥାଙ୍କ ଠାରୁ ଫୋନ୍ ମାଧ୍ୟମରେ ହିଂସାକୁ ଉସକାଇବା ଏବଂ ସର୍ଭେ ପାଇଁ ଆବେଦନ କରିଥିବା ଓକିଲଙ୍କୁ ଟାର୍ଗେଟ କରିବା ପାଇଁ ନିର୍ଦ୍ଦେଶ ପାଇଥିଲା ।
ଗତ ବର୍ଷ ନଭେମ୍ବର ୨୪ ତାରିଖରେ ଶାହି ଜାମା ମସଜିଦର ଦ୍ୱିତୀୟ ପର୍ଯ୍ୟାୟ ସର୍ଭେ ସମୟରେ ଘଟିଥିବା ହିଂସା ସମୟରେ ସୁପ୍ରିମକୋର୍ଟର ଓକିଲ ବିଷ୍ଣୁ ଶଙ୍କର ଜୈନଙ୍କୁ ହତ୍ୟା କରିବାକୁ ଷଡ଼ଯନ୍ତ୍ର କରିଥିବା ଅଭିଯୋଗରେ ସମ୍ଭଲ ପୋଲିସ ଗୁରୁବାର ଦୁବାଇର ଗ୍ୟାଙ୍ଗଷ୍ଟର ଶାରିକ ସାଥାର ଜଣେ ପ୍ରମୁଖ ସହଯୋଗୀ ମହମ୍ମଦ ଗୁଲାମକୁ ଗିରଫ କରିଛି । ଆଉ ଗୁଲାମକୁ ଗିରଫ କରିବା ପରେ ଏବେ ସବୁ ସତ ସାମ୍ନାକୁ ଆସିଛି । କିପରି ଦୁବାଇରେ ଲୋକ ବସି ଉତ୍ତରପ୍ରଦେଶରେ ହିଂସାକାଣ୍ଡ ରଚିଥିଲା, ତାହା ଉପରୁ ପରଦା ହଟିଛି ।
ଏଥିସହିତ ଗୁଲାମଠାରୁ ବିପୁଳ ପରିମାଣର ବିଦେଶୀ ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଉଦ୍ଧାର କରାଯାଇଛି । ଯାହା ତାଙ୍କୁ ଷଡ଼ଯନ୍ତ୍ର ସହିତ ଜଡିତ କରିଥିଲା। ଗୁଲାମ ତା ସହଯୋଗୀ ମୁଲ୍ଲା ଆଫରୋଜ ଏବଂ ମହମ୍ମଦ ୱାରିସଙ୍କୁ ପ୍ରଦର୍ଶନକାରୀଙ୍କ ଉପରେ ଆକ୍ରମଣ କରିବା ଏବଂ ପରିସ୍ଥିତିକୁ ଆହୁରି ଖରାପ କରିବା ପାଇଁ ନିର୍ଦ୍ଦେଶରେ ଅଶାନ୍ତି ଖେଳାଇଥିଲା । ସେପଟେ ଗୁଲାମଠାରୁ ଉଦ୍ଧାର ହୋଇଥିବା ଗୁଳିଗୋଳା ଅପରାଧ ସ୍ଥଳରେ ମିଳିଥିବା ବିଦେଶୀ ନିର୍ମିତ ଗୁଳି ଖୋଳ ସହିତ ମେଳ ଖାଉଛି, ଯେଉଁଠାରେ ୪ ଜଣ ଲୋକଙ୍କ ହତ୍ୟା ହୋଇଥିଲା, ବୋଲି ସୂଚନା ଦେିଛନ୍ତି ପୋଲିସ୍ ।
Comments are closed.