Latest Odisha News

ଗୁପ୍ତତଥ୍ୟ ଲିକ୍ ଘଟଣାର ଦୁବାଇ ଲିଙ୍କ୍, ଚାଞ୍ଚଲ୍ୟକର ଖୁଲାସା କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର : ଚାନ୍ଦିପୁର ଆଇଟିଆରରୁ ଡିଆର୍‌ଡିଏର ତଥ୍ୟ ଲିକ୍ ମାମଲାରେ ଚାଞ୍ଚଲ୍ୟକର ଖୁଲାସା । ଗିରଫ ୫ ଅଭିଯୁକ୍ତଙ୍କ ଜେରା ପରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ଗୁପ୍ତ ତଥ୍ୟ ଲିକ ଘଟଣାରେ ରହିଛି ଦୁବାଇ ଲିଙ୍କ । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଆକାଉଣ୍ଟକୁ ଆସିଛି ଟଙ୍କା । ଦୁଇଟି ପର୍ଯ୍ୟାୟରେ ମୋଟ୍‌ ୩୮ ହଜାର ଟଙ୍କା ଜଣେ ଅଭିଯୁକ୍ତର ଆକାଉଣ୍ଟକୁ ଆସିଛି । ଏନେଇ ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଞ୍ଜୀବ ପଣ୍ଡା ।

ଖାଲି ସେତିକି ନୁହେଁ, ଅଭିଯୁକ୍ତଙ୍କ ମୋବାଇଲ ଓ ଆକାଉଣ୍ଟ ନମ୍ବର ଯାଞ୍ଚ କରାଯାଉଛି । ଅନ୍ୟମାନଙ୍କ ଆକାଉଣ୍ଟକୁ ଟଙ୍କା ଆସିଛି ନା ନାହିଁ । ଯଦି ଆସିଛି, ତେବେ କେମିତି ଆସିଛି ସେନେଇ ମଧ୍ୟ ଯାଞ୍ଚ କରୁଛି କ୍ରାଇମବ୍ରାଞ୍ଚ । ଅଭିଯୁକ୍ତମାନେ ଜଣେ ମହିଳା ସହ ସୋସିଆଲ ମିଡିଆରେ ଚାଟିଂ କରିଥିଲେ । ସଂପୃକ୍ତ ମହିଳା ଜଣକ ୟୁକେର ଏକ ଟେଲିଫୋନ ନମ୍ବର ବ୍ୟବହାର କରୁଥିଲେ । ଘଟଣା ଜଣାପଡିବା ପରେ ଅଭିଯୁକ୍ତଙ୍କ ମୋବାଇଲକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇଛି । ସେହିପରି ଏହି ଅଜଣା ମହିଳା ଜଣକ କିଏ ଓ କେଉଁଠାର ସେନେଇ ମଧ୍ୟ ଯାଞ୍ଚ କରାଯାଉଛି ।

ଘଟଣାର ପୂରା ଅନୁଧ୍ୟାନ କରିବା ପାଇଁ ଦୁଇ ଦିନ ହେଲା ୫ ଅଭିଯୁକ୍ତଙ୍କୁ ଜେରା କରିଛି ଏୟାରଫୋର୍ସର ଏକ ସ୍ବତନ୍ତ୍ର ଟିମ୍ । ଏମାନେ କେଉଁ ତଥ୍ୟ ପ୍ରଦାନ କରିଛନ୍ତି ସେନେଇ ନେଇ ଘନ ଘନ ଜେରା କରଯାଉଛି । ପ୍ରତିରକ୍ଷା ସଂପର୍କତ ତଥ୍ୟ ଲିକ୍‌ ଘଟଣାରେ ଗତ ୧୮ ତାରିଖରେ ଆଇଟିଆର୍‌ର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଥିଲା ପୋଲିସ । ଏହା ପର ଦିନ ଏହି ମାମଲାରେ ଆଉ ଜଣଙ୍କୁ ଗିରଫ କରାଯାଇଥିଲା । ମୋଟ୍ ଉପରେ ତଥ୍ୟ ଲିକ୍ ଘଟଣାରେ ୫ ଜଣଙ୍କୁ ଗିରଫ କରିବା ପରେ ରିମାଣ୍ଡରେ ଆଣି ଜେରା କରୁଛି କ୍ରାଇମବ୍ରାଞ୍ଚ ।

Leave A Reply

Your email address will not be published.