Latest Odisha News

ବିଭିନ୍ନ ହାଇକୋର୍ଟର ୧୭ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମର ସୁପାରିସ

ନୂଆଦିଲ୍ଲୀ : ବିଭିନ୍ନ ହାଇକୋର୍ଟର ୧୭ ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ୍‌ କରିଛନ୍ତି । ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କର ଉତ୍ତରାଖଣ୍ଡ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଛି । ସେହିପରି କୋଲକାତା ହାଇକୋର୍ଟରୁ ୨ଜଣ ବିଚାରପତି ଓ ପଞ୍ଜାବ-ହରିୟାଣା ହାଇକୋର୍ଟର ଜଣେ ବିଚାରପତିଙ୍କର ଓଡ଼ିଶା ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରାଯାଇଛି । ଓଡିଶା ହାଇକୋର୍ଟକୁ ବଦଳି ପାଇଁ ସୁପାରିସ ହୋଇଥିବା ୩ ବିଚାରପତି ହେଲେ ଜଷ୍ଟିସ ସୌମେନ ସେନ, ଜଷ୍ଟିସ ଅରିନ୍ଦମ ସିହ୍ନା ଓ ଜଷ୍ଟିସ ଯଶୋବନ୍ତ ସିଂହ । ଆହ୍ଲାବାଦ ହାଇକୋର୍ଟରୁ ସର୍ବାଧିକ ୪ଜଣ ବିଚାରପତିଙ୍କ ବଦଳି ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଛନ୍ତି ।

Leave A Reply

Your email address will not be published.