Latest Odisha News

BREAKING NEWS

କେନ୍ଦ୍ରାପଡାର ଦୁବାଇ ଫେରନ୍ତା ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ; ଓଡିଶାରେ ସଂଖ୍ୟା ୪୦ ଛୁଇଁଲା

ଭୁବନେଶ୍ୱର: କେନ୍ଦ୍ରାପଡାର ଜଣେ ୩୨ ବର୍ଷ ବୟସ୍କ ବ୍ୟକ୍ତି ସୋମବାର କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହି ବ୍ୟକ୍ତି ମାର୍ଚ୍ଚ ୨୪ ତାରିଖରେ ଦୁବାଇରୁ ଫେରିଥିବା ବଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ କୁହାଯାଇଛି ।


ଏଥି ସହିତ ରାଜ୍ୟରେ କରୋନା ପଜିଟିଭ୍‌ଙ୍କ ସଂଖ୍ୟା ୪୦ ରେ ପହଁଚିଛି । ଏଥିମଧ୍ୟରୁ ୩୨ ଜଣ ଭୁବନେଶ୍ୱରର ହୋଇଥିବା ବେଳେ ତିନି ଜଣ ଭଦ୍ରକର ଏବଂ ପୁରୀ, କଟକ, ଯାଜପୁର, କଳାହାଣ୍ଡି ଓ କେନ୍ଦ୍ରାପଡା ଜିଲ୍ଲାର ଜଣେ ଲେଖାଏଁ ଅଛନ୍ତି । ଭୁବନେଶ୍ୱରର ପ୍ରଥମ ଦୁଇଜଣ କରୋନା ପଜିଟିଭ୍ ନିକଟରେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

Leave A Reply

Your email address will not be published.