ନୂଆଦିଲ୍ଲୀ: ଚଳିତ ବର୍ଷ ଡୁକାଟୀ କରିବ ଦମଦାର ଏଣ୍ଟ୍ରି । ଇଟାଲୀୟ ଦୁଇ ଚକିଆ ନିର୍ମାତା କମ୍ପାନୀ ଡୁକାଟୀ(Ducati) ଭାରତୀୟ ବଜାରରେ ୧୪ଟି ମୋଟରସାଇକେଲ ଲଞ୍ଚ କରିବାକୁ ଯାଉଛି। ନୂତନ ମଡେଲଗୁଡିକର ଶୁଭାରମ୍ଭ ସହିତ ବାଇକ୍ କମ୍ପାନୀ ଏହାର ଡିଲର ନେଟୱାର୍କକୁ ବିସ୍ତାର କରିବାକୁ ଯାଉଛି ।
୨୦୨୫ବର୍ଷର ପ୍ରଥମ ତିନି ମାସ ମଧ୍ୟରେ DesertX Discovery ଏବଂ ଡୁକାଟୀର ସୁପରସ୍ପୋର୍ଟସ ବାଇକ୍ Panigale V4 ଲଞ୍ଚ କରାଯିବ । ପୁଣି ଆଗାମୀ ତିନି ମାସ ମଧ୍ୟରେ ବଜାରରେ ପାନିଗାଲ୍ V2 ଫାଇନାଲ୍ ଏଡିସନ ଏବଂ ସ୍କ୍ରାମବ୍ଲର୍ ଡାର୍କ ଲଞ୍ଚ ହେବାର ସୂଚନା ରହିଛି । ଏହି୪ଟି ମୋଟରସାଇକେଲ ପ୍ରଥମ ଛଅ ମାସରେ ବଜାରକୁ ଆସିବ ।
ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ପାଞ୍ଚଟି ବାଇକ ଭାରତ ମାର୍କେଟକୁ ଆଣିବ ଡୁକାଟୀ । ଏଥିରେ ସମୂର୍ଣ୍ଣ ନୂଆ 890cc ମଲ୍ଟିଷ୍ଟ୍ରାଡା V2(Multistrada V2) ଏବଂ ସ୍କ୍ରାମବ୍ଲର୍ ରିଜୋମା (Scrambler Rizoma ) ରହିଛି । ଏହା ସହିତ ଷ୍ଟ୍ରିଟଫାଇଟର V4, ଷ୍ଟ୍ରିଟଫାଇଟର V2 ଏବଂ Panigale V2 ବି ବଜାରକୁ ଆସିବ । ଡିସେମ୍ବର ୨୦୨୫ ରେ ଡୁକାଟୀ ବଜାରରେ ଅନେକ ନୂତନ ବାଇକ୍ ଲଞ୍ଚ କରିବାକୁ ଯୋଜନା କରୁଛି । ଆଗାମୀ ଦିନରେ ଲଞ୍ଚ ହେବାକୁଥିବା ବାଇକ୍ ବିଷୟରେ ଅଧିକ ବିବରଣୀ ପ୍ରକାଶ ପାଇବ ।
ବର୍ତ୍ତମାନ ଡୁକାଟୀ ଶୋ’ରୁମ କେବଳ ମେଟ୍ରୋ ସହରରେ ରହିଛି | ଡୁକାଟୀର ଡିଲର ନେଟୱାର୍କକୁ ଦେଖିଲେ ଜଣାପଡେ ଯେ, ଏହି କମ୍ପାନୀର ଶୋ’ରୁମ ଦିଲ୍ଲୀ,ମୁମ୍ବାଇ,ପୁଣେ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଚି, କୋଲକାତା, ଚଣ୍ଡିଗଡ଼ ଏବଂ ଅହମ୍ମଦାବାଦରେ ରହିଛି । ନୂଆ ବାଇକ୍ ଲଞ୍ଚ ହେବା ସହିତ ଡୁକାଟୀ ଭାରତରେ ଶୋ’ରୁମ୍ ସଂଖ୍ୟା ବୃଦ୍ଧି କରିବାକୁ ଯାଉଛି ।