Latest Odisha News

BREAKING NEWS

ରାଜ୍ୟ ସରକାର ୧୩ଟି କଲେଜକୁ ଦେଲେ କାରଣ ଦର୍ଶାଅ ନୋଟିସ୍ !

ଭୁବନେଶ୍ୱର: ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ପରୀକ୍ଷା ରେଜଲ୍ଟ ଏବଂ କଲେଜଗୁଡିକରେ ପିଲାଙ୍କ ଉପସ୍ଥାନକୁ ଗୁରୁତ୍ୱ ଦେଉଛି ଉଚ୍ଚଶିକ୍ଷା ବିଭାଗ । ତେବେ ରାଜ୍ୟରେ କେଉଁ ସବୁ କଲେଜରେ କେତେ ପିଲା ନାମ ଲେଖାଇଛନ୍ତି ତାହାର ଅନୁଧ୍ୟାନ ରିପୋର୍ଟ ଯାଞ୍ଚ ହୋଇଛି । ରିପୋର୍ଟ ଅନୁଯାୟୀ, ରାଜ୍ୟରେ ଗତ ୩ବର୍ଷ ମଧ୍ୟରେ ଯେଉଁ ସବୁ କଲେଜଗୁଡିକରେ ୨୫%ରୁ କମ୍ ନାମଲେଖା ହୋଇଛି ସେହି ସବୁ କଲେଜଗୁଡିକୁ ବନ୍ଦ କରାଯିବ । ତେଣୁ ଅନୁଧ୍ୟାନ କମିଟିର ସୁପାରିସ ଅନୁଯାୟୀ ରାଜ୍ୟରେ ଗତ ୩ବର୍ଷ ମଧ୍ୟରେ ୧୩ଟି କଲେଜରେ ୨୫%ରୁ କମ୍ ଛାତ୍ରଛାତ୍ରୀ ନାମଲେଖାଇଥିବା ଜଣାପଡ଼ିଛି ।

ତେଣୁ ସମ୍ପୃକ୍ତ ୧୩ଟି କଲେଜକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସମ୍ପୃକ୍ତ କଲେଜ କର୍ତ୍ତୃପକ୍ଷ ସଠିକ କାରଣ ନଦର୍ଶାଇପାରିଲେ ସେମାନଙ୍କର ସ୍ୱୀକୃତୀ ବାତିଲ କରାଯିବ । ତେବେ ୧୩ଟି କଲେଜ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୩ଟି କଲେଜ ଥିବାବେଳେ ସୁନ୍ଦରଗଡ଼ ଓ କେନ୍ଦ୍ରାପଡ଼ାରେ୨ଟି, ଲେଖାଏଁ, ଯାଜପୁର, କେନ୍ଦୁଝର, ମୟୁରଭଞ୍ଜ, ପୁରୀ, ସମ୍ବଲପୁର, ସୋନପୁରରେ ଗୋଟିଏ ଲେଖାଏଁ କଲେଜ ରହିଛି ।

କେଉଁ କାରଣରୁ କଲେଜରେ ପିଲାମାନେ ନାମଲେଖାଇବାକୁ ପସନ୍ଦ କରୁନାହାଁନ୍ତି ଏବଂ କଲେଜରେ ପିଲାଙ୍କ ସୁବିଧା ଲାଗି କ’ଣ ସବୁ ମୌଳିକ ବ୍ୟବସ୍ଥା ରହିଛି ସେ ସବୁର ସମ୍ପୂର୍ଣ୍ଣ ତଥ୍ୟ କଲେଜ କର୍ତ୍ତୃପକ୍ଷ ଖୁବଶୀଘ୍ର ପ୍ରଦାନ କରିବେ । ନଚେତ ଓଡ଼ିଶା ଏଜୁକେସନ ଆକ୍ଟ ୧୯୬୯, ଧାରା ୬ବି ଅନୁଯାୟୀ ସ୍ୱିକୃତୀ ବାତିଲ କରାଯିବ ବୋଲି ଜଣାପଡ଼ିଛି । ଏନେଇ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗର ସଚିବ ଶାଶ୍ୱତ ମିଶ୍ର ୧୩ଟି କଲେଜର ଅଧ୍ୟକ୍ଷଙ୍କୁ ଚିଠି କରିଛନ୍ତି ।

Leave A Reply

Your email address will not be published.