Latest Odisha News

BREAKING NEWS

ଚୀନରେ ୪୦ ଘଣ୍ଟା ଧରି ଲଗାଣ ବର୍ଷା; ୧୪୦ ବର୍ଷର ରେକର୍ଡ ଭାଙ୍ଗିଲା

ବେଜିଂ: ଚୀନରେ ପ୍ରବଳ ମାତ୍ରାରେ ବର୍ଷା ଲାଗି ରହିଛି ।  ଚଳିତ ଅଗଷ୍ଟ ବର୍ଷା ଦେଶର ୧୪୦ ବର୍ଷର ରେକର୍ଡ ଭାଙ୍ଗିଛି । ବର୍ଷାରେ ପ୍ରାୟ ୧୦ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ଦୀର୍ଘ ଦିନ ଧରି ବର୍ଷା ଲାଗି ରହିବା ଯୋଗୁଁ ବହୁ ଘରଦ୍ବାର ଭାଙ୍ଗିଯାଇଥିବା ବେଳେ ବହୁ ଗଛ ମଧ୍ୟ ଉପୁଡିପଡିଛି । ଅନେକ ସ୍ଥାନରେ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହୋଇଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

BjdElectrycity

ଚାଙ୍ଗପିଙ୍ଗର ବାଙ୍ଗଜିୟୁଆନରେ ସର୍ବାଧିକ ୭୪୪.୮ ମିଲିମିଟର ବର୍ଷା ରେକର୍ଡ ହୋଇଛି । ଚୀନର ରାଜଧାନୀ ବେଜିଂ ଏବଂ ଏହାର ଆଖପାଖ ଇଲାକାରେ ପ୍ରବଳ ବର୍ଷା ଏବଂ ଭୂସ୍ଖଳନ ହୋଇଥିବା ଦେଖିବାକୁ ମିଳିଛି । ଫଳରେ ଏଥିରେ ୨୦ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୧୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ୧୯ ଲୋକଙ୍କର ଏବେ ସୁଦ୍ଧା କୌଣସି ପତ୍ତା ମିଳିନି ।

ଚୀନର ସରକାରୀ ଟିଭି ସିସିଟିଭି ଅନୁସାରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ରେଳ ଚଳାଚଳ ବନ୍ଦ କରାଯାଇଛି । ଷ୍ଟେଶନରେ ଫସି ରହିଥିବା ଯାତ୍ରୀଙ୍କୁ ସ୍କୁଲ ଗୃହରେ ରଖାଯାଇଛି । ପାଣି ସମସ୍ତଙ୍କ ଘରେ ଭିତରେ ପଶି ଯାଇଛି । ରିପୋର୍ଟ ଅନୁସାରେ ଶନିବାର ବେଜିଂ ଓ ଏହାର ଆଖପାଖ ଅଞ୍ଚଳରେ ଦୀର୍ଘ ୪୦ ଘଣ୍ଟା ଧରି ବର୍ଷା ଲାଗି ରହିଥିଲା । ବେଜିଂର ରାଜରାସ୍ତା ସମୁଦ୍ର ପରି ଦିଶୁଥିଲା ।

କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି ।  ପ୍ରଶାସନ ପକ୍ଷରୁ ବନ୍ୟା ପ୍ରପୀଡିତ ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଉଛି । ଘଟଣାସ୍ଥଳରେ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ ମୁତୟନ ରହିଛନ୍ତି । ଆଗକୁ ମୃତ୍ୟୁ ସଂଖ୍ୟା ବଢିବାର ଆଶଙ୍କା କରାଯାଉଛି । ସେପେଟ ବନ୍ୟା ଆଶ୍ରୟ ସ୍ଥଳ ଗୁଡିକରେ ଆଶ୍ରୟ ନେଉଥିବା ଲୋକ ମାନଙ୍କୁ ବାୟୁସେନା ହେଲିକପ୍ଟର ଯୋଗେ ଶୁଖିଲା ଖାଦ୍ୟ ଏବଂ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯୋଗାଇ ଦିଆଯାଉଛି ।

 

Leave A Reply

Your email address will not be published.