Latest Odisha News

ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ସିଇଓ ହେଲେ ଶିବପ୍ରସାଦ ସାମନ୍ତରାୟ

ଭୁବନେଶ୍ୱର: ଶିବପ୍ରସାଦ ସାମନ୍ତରାୟଙ୍କୁ ଭୁବନେଶ୍ୱର ମେଟ୍ରୋ ରେଳ କର୍ପୋରେସନର ମୁଖ୍ଯ କାର୍ଯ୍ୟନିର୍ବାହା ଅଧିକାରୀ (ସିଇଓ) ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଏହା ପୂର୍ବରୁ ଶିବପ୍ରସାଦ ପୂର୍ବତଟ ରେଳପଥ (ବ୍ରିଜ୍ ୱାର୍କ୍ସ)ର ମୁଖ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଛନ୍ତି ।

ଶିବପ୍ରସାଦଙ୍କୁ ବିଏମ୍ଆରସି ସିଇଓ ଭାବେ ନିଯୁକ୍ତି ଦେବା ସହ ଗୃହ ଏବଂ ନଗର ଉନ୍ନୟନ ବିଭାଗର ସ୍ୱତନ୍ତ୍ର ସଚିବ ପ୍ରସନ୍ନ କୁମାର ପାଣିଗ୍ରାହୀଙ୍କୁ ଜେନେରାଲ୍ ମ୍ୟାନେଜର (ଆଡମିନଷ୍ଟ୍ରେସନ୍) ଭାବେ ନିଯୁକ୍ତ କରିଛନ୍ତି ସହ ରାଜ୍ୟ ସରକାର ।

ସୂଚନାଯୋଗ୍ୟ, ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପ ଲାଗି ଦିଲ୍ଲୀ ମେଟ୍ରୋ ରେଳ କର୍ପୋରେସନ୍ ଭୁବନେଶ୍ୱରରେ ମାଟି ପରୀକ୍ଷା ଆରମ୍ଭ କରିଛି । ଡିଏମ୍ଆରସି ପକ୍ଷରୁ ତ୍ରିଶୁଳିଆ ଠାରୁ ନନ୍ଦନକାନନ ଓ ଏୟାରପୋର୍ଟ ରାସ୍ତାରେ ମାଟି ନମୁନା ସଂଗ୍ରହ କରାଯାଉଛି । ମାଟି ନମୁନା ପରୀକ୍ଷା ପରେ ଡିପିଆର୍ ପ୍ରସ୍ତୁତ କରାଯିବ ।

ଏପ୍ରିଲ୍ ୧ ଉତ୍କଳ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୁବନେଶ୍ୱର ମେଟ୍ରୋ ପ୍ରକଳ୍ପର ଘୋଷଣା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ତ୍ରିଶୁଳିଆରୁ ଭୁବନେଶ୍ୱର ଏୟାରପୋର୍ଟ (୩୦ କିଲୋମିଟର) ରାସ୍ତାରେ ମେଟ୍ରୋ ଆରମ୍ଭ ହେବ । ଏହା ପରେ ଜଟଣୀ ସହ ଖୋର୍ଦ୍ଧାକୁ ସମ୍ପ୍ରସାରିତ କରାଯିବ । ସେହିଭଳି ମେଟ୍ରୋ ସେବା ପୁରୀକୁ ସମ୍ପ୍ରସାରଣ କରିବା ନେଇ ଯୋଜନା ରହିଛି ।

Leave A Reply

Your email address will not be published.