Latest Odisha News

ଏବେ ବି କନ୍ଦାଉଛି ଟମାଟର: କେଜି ପିଛା ୩୦୦ ଛୁଇଁପାରେ

ନୂଆଦିଲ୍ଲୀ:କନ୍ଦଉଛି ଟମାଟୋ । ପାଟିକୁ ରୁଚୁନି ଆଉ ତରକାରୀ ।  ଦିନକୁ ଦିନ ଟମାେଟା ଦର ଯେମିତି ବଢିବାରେ ଲାଗିଛି ଚାହିଁବାକୁ ବି ଭୟ ଲାଗୁଛି । ପୂବର୍ରୁ ଲୋକେ ପେଟ୍ରାଲ ଦର ବୃଦ୍ଧିର ସମ୍ମୁଖୀନ ହେଉଥିେଲ ।  ହେଲେ ଏବେ ଟମାେଟାର ଅହେତୁକ ଦର ବୃଦ୍ଧି ଲୋକଙ୍କ ଚିନ୍ତାକୁ ଦ୍ବିଗୁଣିତ କରିଛି । କେବଳ ଗ୍ରାହକ ନୁହଁନ୍ତି, ସରକାରଙ୍କ ପାଇଁ ବି ଏହା ମୁଣ୍ଡବିନ୍ଧାର କାରଣ ପାଲଟିଛି ।

BjdElectrycity

ସାରା ଦେଶରେ ଏବେ ବର୍ଷା ବିତ୍ପତ୍ତି ଲାଗି ରହିଛି । ବର୍ଷା କମିବା ପରେ  ଟମାେଟା ଦର କିଛି ମାତ୍ରାରେ ହ୍ରାସ ପାଇବ ବୋଲି ଆଶା କରାଯାଉଥିଲା । ହେଲେ ସେମିତି  କିଛି ସମ୍ଭାବନା ଦେଖା ଯାଉ ନାହିଁ । ଏବେ ବି  ଆକାଶଛୁଆଁ ରହିଛି ଟମାେଟା ଦର । ଏକ ମାସ ଧରି ଟମାେଟା ମୂଲ୍ୟ ହ୍ରାସ ପାଇବାରେ ଲାଗିଛି । ଆଗାମୀ ଦିନରେ ଟମାଟୋ ଦର ୩୦୦ ଟଙ୍କାେର ପହଂଚି ପାରେ  ହାଲେସେଲ ବ୍ୟବସାୟୀମାନେ କହିଛନ୍ତି ।

ଖାଲି ଓଡ଼ିଶାରେ ନୂହେଁ,  ଦିଲ୍ଲୀର ବି ସମାନ ସ୍ଥିତି । ସ୍ଥାନୀୟ ଆଜାଦପୁର ଟମାେଟା ଆସାସିଏସନର ସଭାପତି ତଥା କୃଷି ଉତ୍ପାଦନ ମାର୍କେର୍ଟିଂ କମିଟି ସଦସ୍ୟ କହିଛନ୍ତି, ପ୍ରବଳ ବର୍ଷା ଯୋଗୁଁ ଟମାେଟା ଆସିପାରୁନି । କ୍ୟାପସିକମ୍ ଓ ଅନ୍ୟାନ୍ୟ ପନିପରିବା ବିକ୍ରିରେ ବ୍ୟାପକ ହ୍ରାସ ଘଟିଥିବାରୁ ହୋଲସେଲର ମାନେ କ୍ଷତିର ସମ୍ମୁଖୀନ ହେଉଛନ୍ତି । ପ୍ରମୁଖ ଅଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ଯୋଗାଣରେ ବ୍ୟାହତ ହେଉଛି । ଯାହାଫଳରେ ଟମାଟୋର ମୂଲ୍ୟ ୧ ମାସରୁ ଅଧିକ ସମୟ ଧରି ବୃଦ୍ଧି ପାଇବାରେ ଲାଗିଛି । ହିମାଚଳ ପ୍ରେଦଶେର ପ୍ରବଳ ବର୍ଷା  ଏବଂ ଭୂସ୍ଖଳନ ଯୋଗୁ  ପନିପରିବା ପରିବହନରେ ସମସ୍ୟା ଦେଖାେଦଇଛି । ଏଭଳି ପରିସ୍ଥିତିରେ ଟମାଟୋର ମୂଲ୍ୟ େ କିଲୋଗ୍ରାମ୍ ପିଛା ୩୦୦ ଟଙ୍କା ପର୍ଯ୍ୟନ୍ତ ପହଞ୍ଚି ପାରେ ।

ତେଣୁ ଦିଲ୍ଲୀରେ ଯଦି ଏମିତି ସ୍ଥତି ତେବେ ରାଜ୍ୟର ଅବସ୍ଥା ସହଜରେ ଅନୁମେୟ । ତେଣୁ ଆସନ୍ତା ୧୫ ଦିନ ଭିତରେ ଟମାଟୋ ରେଟ ହ୍ରାସ ପାଇବାର ସମ୍ଭାବନା ନ ଥିବା ଆଶଙ୍କା କରାଯାଉଛି ।

 

Leave A Reply

Your email address will not be published.