Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି ସରକାରୀ କୋଠା

ଜଗତସିଂହପୁର : ଜଗତସିଂହପୁରରେ ଅବହେଳିତ ହୋଇପଡ଼ିଛି ସରକାରୀ କୋଠା ।  ଅବହେଳିତ ହୋଇପଡ଼ିଛି ସରକାରୀ ପ୍ରକଳ୍ପ । ଖାଲି ସେତିକିନୁହେଁ ପ୍ରକଳ୍ପ ସହ ସରକାରୀ କାର୍ଯ୍ୟାଳୟ ଓ କଲ୍ୟାଣମଣ୍ଡପ ଗୁଡିକ ପାଲଟିଛି ଭୂତକୋଠା। ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିରହିଛି ଜନସାଧାରଣଙ୍କ ପାଇଁ କରାଯାଇଥିବା ବିଜୁ ପଟ୍ଟନାୟକ କଲ୍ୟାଣମଣ୍ଡପ। ଆଖପାଖର ୧୦ଟି ପଞ୍ଚାୟତ ଲୋକେ ଏହା ଉପରେ ନିର୍ଭର କରୁଥିବା ବେଳେ ଏବେ ଏହା ନଷ୍ଟ ହୋଇପଡ଼ିଛି। ସେହିଭଳି ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ କୃଷି ଗୋଦାମରୁ ନେଇ କିଛି ସରକାରୀ ବାସଭବନ ଜରାଜୀର୍ଣ୍ଣ ହୋଇପଡ଼ିଛି।

ସରକାରୀ ଖର୍ଚ୍ଚରେ କରାଯାଇଥିବା ଏହି ବ୍ୟୟବହୁଳ କୋଠା ଗୁଡିକ ନଷ୍ଟ ହୋଇଯାଉଥିବା ବେଳ ଏଗୁଡିକର ମରାମତି କରାଯାଉନି। ବହୁଥର ଅଭିଯୋଗ କରାଯାଇଥିଲେ ବି କୌଣସି ସମାଧାନ କରାଯାଇପାରିନି। ଯାହାକୁ ନେଇ ଅସନ୍ତୋଷ ଦେଖିବାକୁ ମିଳିଛି।

ଛି ହେଲେ ଏଥିରେ ସରକାରୀ ଅଧିକାରୀ ପାଲଟିଛନ୍ତି ନିଦା ବିଷ୍ଣୁ।

Comments are closed.