Latest Odisha News

BREAKING NEWS

ମକା ପାଇଁ ନାହିଁ ମଣ୍ଡି, ଦଲାଲଙ୍କ କବ୍ଜାରେ ମକାଚାଷୀ

ନବରଙ୍ଗପୁର : ମକା ପାଇଁ ନାହିଁ ମଣ୍ଡି  । ଦଲାଲଙ୍କ କବ୍ଜାରେ ଚାଷୀ  । ପ୍ରତିଶ୍ରୁତି କେବଳ ପ୍ରତିଶ୍ରୁତି ହୋଇ ରହିଯାଉଛି । ସରକାରଙ୍କର ସମସ୍ତ ସୁବିଧାରୁ ବଞ୍ଚିତ ହେଉଛନ୍ତି ନବରଙ୍ଗପୁରର ମକା ଚାଷୀ । ମକା ଚାଷ ପାଇଁ ନବରଙ୍ଗପୁର ଜିଲ୍ଲା ସମଗ୍ର ଦେଶରେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି, ଧାନଚାଷ ପରେ  ମକଚାଷ ହେଉଛି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ଆର୍ଥିକ ମେରୁଦଣ୍ଡ ।

BjdElectrycity

ଜିଲ୍ଲା କୃଷିବିଭାଗର ରିପୋର୍ଟ ଅନୁସାରେ ଚଳିତବର୍ଷ ଖରିଫ ଋତୁରେ ଜିଲ୍ଲାର ୧ ଲକ୍ଷ ୩୦ ହଜାର ଏକର ଜାଗାରେ ମକଚାଷ କରାଯାଇଛି ।ଏତେ ବହୁଳ ପରିମାଣରେ ଜିଲ୍ଲାରେ ମକଚାଷ ହେଉଥିବା ବେଳେ ମକା ଚାଷୀଙ୍କ ପାଇଁ ସରକାରଙ୍କ ପକ୍ଷରୁ ଫସଲ ସମୟରେ ସାର ଯୋଗାଇ ଦିଆଯାଉଛି ନା ମକା ମଣ୍ଡିର ବ୍ୟବସ୍ଥା ରହିଛି ।ଫଳରେ ଚାଷୀ ଅଭାବୀ ବିକ୍ରିର ଶିକାର ହୋଇ ବ୍ୟାପକ କ୍ଷତି ସହୁଛନ୍ତି ମକାଚାଷୀ । ଏହାର ଫାଇଦା ଉଠାଉଛନ୍ତି ଦଲାଲ  ।

ଜିଲ୍ଳାପ୍ରଶାସନ E-NAAM ମାଧ୍ୟମରେ ଚାଷୀଙ୍କ ଠାରୁ ମକା କିଣିବା ଯୋଜନା କରିଥିଲେ ମଧ୍ୟ ଜିଲ୍ଲାରେ ଏହି ଯୋଜନା ପ୍ରହସନ ପାଲଟିଯାଇଛି । ଚଳିତବର୍ଷ ସରକାର କୁଇଣ୍ଟାଲ ପିଛା ମକାର ଏମଏସପି ୧୯୬୨ ଟଙ୍କା ଧାର୍ଯ୍ୟ କରିଛନ୍ତି  । E-NAAM ମାଧ୍ୟମରେ ମକା ବିକ୍ରି କରିବା ପାଇଁ ଜିଲ୍ଲାର ୨୦ ହଜାର ୬୧ ଜଣ ଚାଷୀ ନାମ ପଞ୍ଜୀକୃତ କରିଥିବାବେଳେ ବର୍ତ୍ତମାନ ସୁଦ୍ଧା ୬ ଜଣ ଟ୍ରେଡ଼ର୍ସ ମାତ୍ର ୨୪ ଜଣ ଚାଷୀଙ୍କ ଠାରୁ କେବଳ ୩ ହଜାର ୩୬୫ କୁଇଣ୍ଟାଲ ମକା E-NAAM ମାଧ୍ୟମରେ କ୍ରୟ କରିଛି ଜିଲ୍ଲା ପ୍ରଶାସନ।

ଚାଷୀ ମାନଙ୍କ ନିକଟରେ ପହଞ୍ଚି ବ୍ୟବସାୟୀ ମାନେ ମକା କ୍ରୟ କରୁଥିବାରୁ ମକାମଣ୍ଡି ଖୋଲାଯାଇ ପାରୁନାହିଁ ,ଏଥିପାଇଁ ଚାଷୀ ମାନଙ୍କୁ ସଚେତନ କରାଯାଉଛି ବୋଲି କହିଛନ୍ତି ନବରଙ୍ଗପୁର ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ସମ୍ପାଦକ । ଯଦି ଏହା ସତ ତାହେଲେ ଜିଲ୍ଲାର କୋଡିଏ ହଜାରରୁ ଉର୍ଦ୍ଧ୍ବ ଚାଷୀ E-NAAM ମାଧ୍ୟମରେ ମକା ବିକ୍ରି କରିବାପାଇଁ ନାମ ପଞ୍ଜୀକୃତ କଲେ କେମିତି ? ୨୦ ହଜାର ୬୧ ଜଣ ଚାଷୀଙ୍କ ଠାରୁ ମକା କିଣାନଯାଇ ମାତ୍ର ୨୪ ଜଣ ଚାଷୀଙ୍କଠାରୁ ହିଁ ମକା କିଣାଗଲା କାହିଁକି ? ତାହା ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି  ।

Leave A Reply

Your email address will not be published.