Latest Odisha News

BREAKING NEWS

ବିଦ୍ୟୁତ୍ ସମ୍ପର୍କିତ ସମସ୍ୟାର ସମାଧାନ ପ୍ରଦାନ କରିବ TPSODLର ‘ସମ୍ପର୍କ କେନ୍ଦ୍ର’

ଭୁବନେଶ୍ୱର: ଗ୍ରାମାଞ୍ଚଳରେ ସମସ୍ତ ପ୍ରକାର ବିଦ୍ୟୁତ ସମ୍ପର୍କିତ ସମସ୍ୟାର ଗୋଟିଏ ସ୍ଥାନରେ ସମାଧାନ ପ୍ରଦାନ କରିବା ଲାଗି ସମସ୍ତ ଗ୍ରାମୀଣ ଫ୍ୟୁଜ କଲ୍ ସେଣ୍ଟରକୁ ‘ସମ୍ପର୍କ’ କେନ୍ଦ୍ରରେ ପରିଣତ କରିବାକୁ ଟିପି ସଦର୍ଣ୍ଣ ଓଡ଼ିଶା ଲିମିଟେଡ୍ (ଟିପିଏସ୍ଓଡିଏଲ୍) ଲକ୍ଷ୍ୟ ରଖିଛି । ବ୍ରହ୍ମପୁର ବିଦ୍ୟୁତ ଡିଭିଜନ (ମଣ୍ଡଳ) ୨ ଓ ଏବଂ ହିଞ୍ଜିଳିକାଟୁ ଡିଭିଜନରେ ଏହି କାର୍ଯ୍ୟ ସଫଳତାର ସହ ସମ୍ପାଦିତ ହୋଇଛି । ଟିପିଏସ୍ଓଡିଏଲ୍ ସମସ୍ତ ଗ୍ରାମୀଣ ଏଫସିସିକୁ ସମ୍ପର୍କ କେନ୍ଦ୍ରରେ ପରିଣତ କରିବାକୁ ଚାହୁଁଛି ।

ଗ୍ରାମୀଣ ସେବା ପ୍ରଦାନରେ ସମ୍ପର୍କ କେନ୍ଦ୍ର ଗୁଡ଼ିକ ପରିବର୍ତ୍ତନକାରୀର ଭୂମିକା ତୁଲାଇବେ କାରଣ ବିଦ୍ୟୁତ ଯୋଗାଣ ସମ୍ପର୍କିତ ସମସ୍ତ ସମସ୍ୟାର ସମାଧାନ ଲାଗି ସେ ଗୁଡ଼ିକ ପ୍ରଭାବୀ ଟଚ୍-ପଏଣ୍ଟ ଭାବେ କାର୍ଯ୍ୟ କରିବେ । ବିଲ୍ ପେମେଣ୍ଟ ସମସ୍ୟା, ବିବାଦୀୟ ବିଲର ଫଇସଲା, ଯୋଗାଯୋଗ ନମ୍ବର ଓ ଇ-ମେଲ୍ ଠିକଣା ଅପଡେଟ, ନୂଆ ସଂଯୋଗ ବିଷୟରେ ସୂଚନା, ବକେୟାର ସ୍ପଟ୍ କଲେକ୍ସନ ଏବଂ ମିଟର ନଥିବା ସଂଯୋଗର ନିୟମିତକରଣ, ଚୋରି/ ଉତ୍ପୀଡ଼ନ ସୂଚନା, ବାଣିଜ୍ୟିକ ଅଭିଯୋଗ ଦାଖଲ ଏବଂ ଅନ୍ୟାନ୍ୟ ବିଦ୍ୟୁତ ସମ୍ପର୍କିତ ସମସ୍ୟା ଲାଗି ଗ୍ରାହକମାନେ ସମ୍ପର୍କ କେନ୍ଦ୍ର ପରିଦର୍ଶନ କରିପାରିବେ ।

ଏହି ପ୍ରକ୍ରିୟାକୁ ଅଧିକ ସହଜ କରିବା ଲାଗି ଗ୍ରାହକମାନେ ସେମାନଙ୍କ ଅଭିଯୋଗ ପାଇଁ ୨୪ ଘଣ୍ଟିଆ ଦେୟମୁକ୍ତ ନମ୍ବର ୧୯୧୨ କିମ୍ବା ୧୮୦୦-୩୪୫୬-୭୯୭ରେ କଲ୍ କରି ପାରିବେ ଏବଂ ନୂଆ ସଂଯୋଗ ପାଇବା ଲାଗି ୭୦୦୮୮୦୮୮୮୮ରେ ମିସଡ୍ କଲ୍ କରିପାରିବେ ।

ଟିପିଏସ୍ଓଡିଏଲ୍ ସର୍ବଦା ଗ୍ରାହକ ସେବାକୁ ସର୍ବାଧିକ ପ୍ରାଥମିକତା ଦେଉଛି । ବର୍ତ୍ତମାନର ଭିତ୍ତିଭୂମିରେ ଉନ୍ନତୀକରଣ, ପ୍ରତିଷେଧମୂଳକ ରକ୍ଷଣାବେକ୍ଷଣର ପ୍ରଦର୍ଶନ, ଗ୍ରାହକ ସମ୍ପର୍କ କେନ୍ଦ୍ର ପରିଚାଳନା, ଗ୍ରାମାଞ୍ଚଳରେ ଭରସାଯୋଗ୍ୟତାରେ ଉନ୍ନତି ଓ ଗ୍ରାହକ ସନ୍ତୁଷ୍ଟି ଲକ୍ଷ୍ୟ ହାସଲ କରିବା ଉପରେ ବ୍ୟାପକ ଧ୍ୟାନ ଦିଆଯାଉଛି ବୋଲି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ଅରବିନ୍ଦ ସିଂ କହିଛନ୍ତି ।

Leave A Reply

Your email address will not be published.