Latest Odisha News

ଅଗ୍ରସର ହେଉନି ମୌସୁମୀ; ଅସହ୍ୟ ତାତି ଓ ଗୁଳୁଗୁଳି ଯୋଗୁଁ ଫିକା ପଡିବ ରଜ

ଭୁବନେଶ୍ବର: ରାତି ପାହିଲେ ରଜ । ହେଲେ ଅସହ୍ୟ ଗରମ କୁ ଗୁଳୁଗୁଳି ଯୋଗୁଁ ଏଥର ରଜ ଫିକା ପଡିବ । ମୌସୁମୀ ଆଗକୁ ଅଗ୍ରସର ନ ହେଉଥିବାରୁ ରଜରେ ଲୋକଙ୍କୁ କଲବଲ କରିବ ଗୁଳୁଗୁଳି । ଏନେଇ ସୂଚନା ଦେଇଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ।

ଏବେ ମାଲକାନଗିରି, କୋରାପୁଟରେ ପ୍ରବେଶ କରିଛି ମୌସୁମୀ ବାୟୁ । ଅନ୍ୟ ଅଞ୍ଚଳକୁ ୩ ରୁ ୪ ଦିନ ଭିତରେ ଅଗ୍ରସର ହୋଇପାରେ ମୌସୁମୀ । ଆଗାମୀ ୫ ଦିନ ଯାଏଁ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଥିବା ପାଣିପାଗ ପକ୍ଷରୁ ସୂଚନାରହିଛି ।

ତେବେ ମୟୂରଭଞ୍ଜ, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା ଓ ସମ୍ବଲପୁରକୁ ହିଟ୍‌ ୱେଭ୍ ପାଇଁ ସତର୍କ ସୂଚନା ଜାରି କରାଯାଇଛି । ରଜରେ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ଗୁଳୁଗୁଳି ହେବାର ସମ୍ଭାବନା ରହିଥିବା ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।

Comments are closed.