Latest Odisha News

ନ୍ୟୁଡ କଲ ହେଲା କାଳ; ନଦୀକୁ ଡେଇଁ ପଡିଲେ ବ୍ୟାଙ୍କ ଅଧିକାରୀ

ସୁବର୍ଣ୍ଣପୁର: ସାମ୍ନାକୁ ଆସିଲା  ବ୍ୟାଙ୍କ ଅଧିକାରୀ ଦିବ୍ୟ ରଂଜନ ମିଶ୍ର ଆତ୍ମହତ୍ୟା ଘଟଣାର ନୂଆ ଟ୍ୱିଷ୍ଟ । କାହିଁକି ଆତ୍ମହତ୍ୟା କଲେ ଦିବ୍ୟରଞ୍ଜନ ? କ’ଣ ଥିଲା ମଜବୁରୀ ? ଏହାର  ରହସ୍ୟ ଖୋଲିଛି ସୁବର୍ଣ୍ଣପୁର ପୋଲିସ l

ଦିବ୍ୟ ରଂଜନ ମିଶ୍ର ଆତ୍ମହତ୍ୟା ପଛର କାରଣ ଥିଲା ନ୍ୟୂଡ କଲ l ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ  ପୋଲିସ  ଗିରଫ କରିବା ପରେ  ଘଟଣା ଉପରୁ ପର୍ଦ୍ଦା ହଟିଛି l ବରପାଲି ପଂଜାବ ନେସେନାଲ ବ୍ୟାଙ୍କ କର୍ମଚାରୀ ଦିବ୍ୟ ରଂଜନ ମିଶ୍ର ଗତ ଅଗଷ୍ଟ ମାସ ୮ ତାରିଖରେ ଡୁଙ୍ଗୁରିପାଲି ନିକଟ ଚେରୁପାଲି ଅଙ୍ଗନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ l ଘଟଣା ପରେ ପରିବାର ପକ୍ଷରୁ ଡୁଙ୍ଗୁରିପାଲି ଥାନରେ ଏକ ଲିଖିତ ଅଭିଯୋଗ କରାଯାଇଥିଲା l

ବିଭିନ୍ନ ସମୟରେ ସେ ବିଭିନ୍ନ ଏକାଉଂଟକୁ ଲକ୍ଷାଧିକ ଟଙ୍କା ପଠାଇଥିବା କଥା ମଧ୍ୟ ପରିବାର ଲୋକ କହିଥିଲେ l ଏଣୁ ଏହାକୁ ଆଧାର କରି ସୁବର୍ଣ୍ଣପୁର ପୋଲିସ ତଦନ୍ତ ଆରମ୍ଭ କରିଥିଲା l ତଦନ୍ତବେଳେ ଦିବ୍ୟ ରଂଜନ ମିଶ୍ରଙ୍କ ଆତ୍ମହତ୍ୟାର କାରଣ ନ୍ୟୁଡ କଲ ହୋଇଥିବା ପୋଲିସ ଜାଣିବାକୁ ପାଇଥିଲା l

ରାଜସ୍ଥାନର ଏକ ଗ୍ୟାଙ୍ଗ  ଦିବ୍ୟ ରଂଜନଙ୍କୁ ନ୍ୟୁଡ କଲ କରି ବ୍ଲକାମେଲ କରିବା ସହ ୪୦ଟି ପର୍ଯ୍ୟାୟରେ ୨୬ ଲକ୍ଷ ଟଙ୍କା ନେଇଯାଇଥିଲେ l ଏଥିରେ ଦିବ୍ୟ ରଂଜନ ମାନସିକ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ କହିଛି l ଏହି ଘଟଣାରେ ରାଜସ୍ଥାନ ଜଇରୋଲି ଗାଁର ମେହେବୁବ ଏବଂ ସରହେତା ଗାଁର ଆଦିଲ ନାମକ ଦୁଇ ଯୁବକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ l

ଏହି ଘଟଣାରେ ସ୍ମପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶିଘ୍ର ଗିରଫ କରାଯିବବୋଲି ସୁବର୍ଣ୍ଣପୁର ଏସପି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

Leave A Reply

Your email address will not be published.