Latest Odisha News

BREAKING NEWS

ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ଲଘୁଚାପ କ୍ଷେତ୍ର, ହୋଇପାରେ ବାତ୍ୟା

ନୂଆଦିଲ୍ଲୀ:ବଙ୍ଗୋପ ସାଗରରେ ବାତ୍ୟା ଆଶଙ୍କା  ।  ଦକ୍ଷିଣ ଆଣ୍ଡାମାନ୍‌ ସମୁଦ୍ରରେ ସୃଷ୍ଟି ହୋଇଛି  ଲଘୁଚାପ କ୍ଷେତ୍ର । ଏହା  ଘନିଭୂତ ହୋଇ ନେଇପାରେ ସାମୁଦ୍ରିକ ଝଡ଼ର ରୂପ । ଏମିତି କିଛି ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଏହି ସାମୁଦ୍ରିକ ଝଡ଼  ଦକ୍ଷିଣ-ପଶ୍ଚିମମୁହାଁ ହୋଇ ଉତ୍ତର ତାମିଲନାଡ଼ୁର ପୁଡ଼ୁଚେରି ଏବଂ ଦକ୍ଷିଣ ଆନ୍ଧ୍ରପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳ ଦେଇ ଗତି କରିପାରେ। ପାଣିପାଗ ବିଭାଗ ଆକଳନ ଅନୁଯାୟୀ,  ଡିସେମ୍ବର ୮ ସୁଦ୍ଧା ଏହି ସାମୁଦ୍ରିକ ଝଡ଼ ପହଞ୍ଚି ପାରେ ।  । ତେବେ  ଏହାର ପ୍ରଭାବ ଓଡ଼ିଶା ପ୍ରତି ନଥିବା ପାଣିପାଗ ବିଭାଗ ପକ୍ଷରୁ  ସୂଚନା ଦିଆଯାଇଛି ।

ଏହାର ପ୍ରଭାବରେ ତାମିଲନାଡୁର ୭ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତା  ୭ ତାରିଖ ରାତିରୁ  ପୁଡ୍ଡୁଚେରୀ, କରାଇକଲ୍‌ ଓ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ  ବର୍ଷା  ସମ୍ଭାବନା ରହିଛି।    ଡିସେମ୍ବର ୪ରୁ ୬ ତାରିଖ ପର୍ଯ୍ୟନ୍ତ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ସମାନ୍ୟରୁ ମଧ୍ୟମ ଧରଣର ବର୍ଷା  ସମ୍ଭାବନା ରହିଛି  ।

ପାଣିପାଗ ବିଭାଗ ଆକଳନ ଅନୁଯାୟୀ ଏହା ପଶ୍ଚିମ-ଉତ୍ତରପଶ୍ଚିମ ଆଡ଼କୁ ଗତିଶୀଳ ହୋଇ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଉପରେ ଡିସେମ୍ବର ୬ ତାରିଖ ସନ୍ଧ୍ୟା ସୁଦ୍ଧା ଘନୀଭୂତ ହୋଇପାରେ  ।

Leave A Reply

Your email address will not be published.