Latest Odisha News

BREAKING NEWS

୨ଯାଆଁଳା ଭଉଣୀ ପ୍ରେମରେ ଦିଓ୍ୱାନା ହେଲେ ଯୁବକ, ଗୋଟିଏ ବେଦୀରେ ସମ୍ପନ୍ନ ହେଲା ବିବାହ  

ନୂଆଦିଲ୍ଲୀ : ଜଣେ ଯୁବକଙ୍କୁ ବିବାହ କଲେ ଦୁଇ ଯାଆଁଳା ଭଉଣୀ  । ଦୁଇ ଭଉଣୀଙ୍କ ହୃଦୟ ଚୋରି କଲେ ଆଇଟି ଇଞ୍ଜିନିୟର ଅତୁଲ । ଜଣେ ଯୁବକଙ୍କୁ ହିଁ ନିଜର ଜୀବନସାଥୀ ରୂପେ ବାଛିଛନ୍ତି ଏବଂ ତାଙ୍କୁ ବିବାହ କରିଛନ୍ତି ।  ମହାରାଷ୍ଟ୍ରର ସୋଲାପୁର ଅଞ୍ଚଳରେ ଦେଖିବାକୁ ମିଳିଛି ଏହି ନିଆରା ବାହାଘର  । ବାହାଘରର ଭିଡିଓ, ସୋସିଆଲ୍ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓରେ ଜଣେ ଯୁବକ ଦୁଇ ଯାଆଁଳା ଭଉଣୀଙ୍କୁ ବିବାହ କରୁଥିବାବେଳେ, ଦୁଇ ଭଉଣୀ ବର ବେକରେ ବରଣମାଳା ପିନ୍ଧାଉଛନ୍ତି ।

ଦୁଇ ଭଉଣୀଙ୍କ ନାଁ ହେଉଛି ରିଙ୍କି ଏବଂ ପିଙ୍କି  । ଉଭୟ ପେଶାରେ ଜଣେ ଆଇଟି ଇଞ୍ଜିନିୟର । ତେବେ ଏହି ବାହାଘର ହେବା ପରେ, ଏହାର ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ହେଲେ ଏପରି ବିବାହ ବୈଧ କି ନୁହେଁ ସେନେଇ ୟୁଜର୍ସ ମାନେ ସୋସିଆଲ୍ ମିଡିଆରେ ନାନା ପ୍ରଶ୍ନ ଉଠାଇଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ କିଛିଦିନ ତଳେ  ରିଙ୍କି ଏବଂ ପିଙ୍କି ମା’ଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା । ସେ ହସ୍ପିଟାଲରେ ଚିକିତ୍ଥିସିତ ହେଉଥିଲେ  ।

ଏପରି ସମୟରେ ଦୁଇ ଭଉଣୀ ଅତୁଲଙ୍କ କାରରେ ହସ୍ପିଟାଲ ଯାଉଥିଲେ । ପରେ ଦୁଇ ଯାଆଁଳା ଭଉଣୀଙ୍କ ହୃଦୟକୁ ଜିତିଥିଲେ ଅତୁଲ। ଆଉ ଦୁଇ ଭଉଣୀ ଅତୁଲଙ୍କୁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଯାହା ଏବେ ସତ ସାବ୍ୟସ୍ତ ହୋଇଛି। ଉଭୟଙ୍କ ବିବାହ ହୋଇଛି ଯାହାକୁ ନେଇ ସୋଶିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି  ।

Leave A Reply

Your email address will not be published.