Latest Odisha News

ରାଜଧାନୀରେ ଅସଲି ବୋତଲରେ ନକଲି ମଦ, ବୁଲିଲା ଜେସିବି

ଭୁବନେଶ୍ବର: ରାଜଧାନୀରେ ଚାଲୁଥିଲା ଅସଲି ବୋତଲରେ ନକଲି ମଦ କାରବାର । ତାହା ପୁଣି ସରକାରଙ୍କ ଠାରୁ ଲାଇସେନ୍ସ ପ୍ରାପ୍ତ ମଦ ଦୋକାନରେ ।  ଅସଲି ବ୍ରାଣ୍ଡ ମଦ ବୋତଲ ଭିତରେ ନକଲ ମଦ ପୂରାଇ ଚାଲିଥିଲା କାରବାର ।

ବରମୁଣ୍ଡା ସ୍ଥିତ ଏକ ମଦ ଦୋକାନରୁ ବିପୁଳ ପରିମାଣର ନକଲି ମଦ ଜବତ କରିଛି ଅବକାରୀ ବିଭାଗ । ପାଖାପାଖି ୪୦ ଲକ୍ଷ ଟଙ୍କାର ନକଲି ମଦ ଜବତ କରିଛି ପୋଲିସ୍ । ଏହାକୁ ପରୀକ୍ଷା ପାଇଁ ସାମ୍ପଲ ପଠାଯିବ । ସେପଟେ ରେଡ୍‌ ପରେ ଅବକାରୀ ବିଭାଗ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । କମିଶନଙ୍କ ନିର୍ଦ୍ଦେଶରେ ଜବତ ହୋଇଥିବା ନକଲି ମଦ ବୋତଲ ଉପରେ ଜେସିବି ଚଳାଇଛି ଅବକାରୀ ବିଭାଗ । ଏଥିସହିତ ଉକ୍ତ ମଦ ଦୋକନର ଲାଇସେନ୍ସଧାରୀ ଜଣଙ୍କ ଝାଡଖଣ୍ଡର ହୋଇଥିବା ସୁଚନା ଦେଇଛନ୍ତି ଅବକାରୀ ବିଭାଗ ।

Comments are closed.