Latest Odisha News

BREAKING NEWS

ପୁରୀରେ ନକଲି ମହାପ୍ରସାଦ; ସିଂହଦ୍ୱାର ଓ ବାସେଳୀ ସାହି ଥାନା ପକ୍ଷରୁ ତଦନ୍ତ ଆରମ୍ଭ

ପୁରୀ: ପୁରୀ ମହାପ୍ରସାଦ ଖାଲି ଭୋଗ ନୁହେଁ, ଏହା ସହ ଯୋଡି ହୋଇ ରହିଛି ଲକ୍ଷ ଲକ୍ଷ ଓଡ଼ିଆଙ୍କ ଭାବାବେଗ । ପୂଜାପର୍ବରେ ହେଉ ବା ଶୁଭ କାମରେ, ପ୍ରତିଶ୍ରୂତି ଦେବାରେ ହେଉ ବା ବନ୍ଧୁତା ରକ୍ଷା କରିବାରେ ଏହି ମହାପ୍ରାସଦକୁ ସମସ୍ତେ ସାକ୍ଷୀ କରି କାମ ଆରମ୍ଭ କରିଥାନ୍ତି  ।  ହେଲେ ଏହି ମହାପ୍ରସାଦର  ନକଲି କରି ବିକ୍ରି କରୁଛନ୍ତି ।

ପୁରୀରେ  ନକଲି ମହାପ୍ରସାଦ ମିଳୁଥିବା ଅଭିଯୋଗ ହୋଇଛି । ବାହାରେ ରୋଷେଇ କରି ମହାପ୍ରସାଦ ନାଁରେ ଲୋକଙ୍କୁ ବିକ୍ରି କରି ଠକେଇ କରୁଥିବା ଅଭିଯୋଗ  । ଶ୍ରୀମନ୍ଦିରରେ ଅବଢା ବାହାରିବାରେ ବିଳମ୍ବ ହେଉଥିବାବେଳେ ଏହାର ଫାଇଦା ନେଉଛନ୍ତି ଏହି ନକଲି ମହାପ୍ରାସଦ ପ୍ରସ୍ତୁତକାରୀ ଟିମ । ଏ ନେଇ ସିଂହଦ୍ୱାର ଥାନାରେ ଅନଲାଇନରେ  ଅଭିଯୋଗ ହେବା ପରେ ସିଂହଦ୍ୱାର ଥାନା ଓ ବାସେଳୀ ସାହି ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି ।

ଅଭିଯୋଗରୁ ଜଣାଯାଇଛି,  ଏହି ନକଲି ମହାପ୍ରସାଦ ବାସେଳୀ ସାହିରେ ପ୍ରସ୍ତୁତ ହେଉଥିବା ଅଭିଯୋଗ ହୋଇଛି । ଗତକାଲି ଥିଲା ଅଣବସର ତ୍ରୟୋଦଶୀ ତିଥି । ଅବଢ଼ା ବାହାରିବାରେ ବିଳମ୍ବ  ହେଉଥିବାରୁ ଏହାର ଫାଇଦା ନେଇ କିଛି ଲୋକ ଏହି ନକଲି ଅବଢା ଭକ୍ତଙ୍କୁ ଦେଇ ଟଙ୍କା ଲୁଟୁଥିବା ଅଭିଯୋଗ ହୋଇଛି ।

ଶୁକ୍ରବାର ପାଇକସାହି ସାପୁଆ ମଠରେ କିଛି ବ୍ୟକ୍ତି ଶ୍ରୀମନ୍ଦିର ରୋଷଶାଳା ଶୈଳୀରେ ବାଇହାଣ୍ଡି ସହ ଅନ୍ୟାନ୍ୟ କୁଡ଼ୁଆରେ ଅନ୍ନ, ଡାଲି, ବେସର, ମହୁର, ଖଟା ଆଦି ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଥିଲା । ମଠ ପରିସରରେ ଏକ ସ୍ଥାନରେ ରୋଷେଇ ଚାଲିଥିଲା ।  ପନିପରିବା କଟା ପରେ ପାଖ ପଡ଼ିଆରେ ରୋଷେଇବାସ  କରାଯାଉଥିଲା । ଏକ ବଡ ଆଲୁମିନିୟମ ହାଣ୍ଡିରେ  ଅନ୍ନ ଓ ଅନ୍ୟସବୁ ଡିସ ପ୍ରସ୍ତୁତ କରିବା ପରେ ଏହାକୁ ମାଟିର ବାଇହାଣ୍ଡିରେ ଦେଉଳିଆ କରି ରଖାଯାଇଥିଲା ।  ସେହିଭଳି ମଠ ପରିସରରେ ଏକାଧିକ ବାଇହାଣ୍ଡି  ରଖାଯାଇଥିବା ଦେଖିବାକୁ ମିଳିଥିଲା ।

 

Leave A Reply

Your email address will not be published.