Latest Odisha News

BREAKING NEWS

ବାରିପଦାରେ ଦୁଇଟି ଔଷଧ ଦୋକାନରେ ଚଢ଼ାଉ, ନକଲି ଔଷଧ ଜବତ

ମୟୂରଭଞ୍ଜ : କଟକରୁ ନକଲି କରୋନା ଔଷଧ ଜବତ ହେବା ପରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ଚଢ଼ାଉକୁ ଜୋରଦାର କରାଯାଇଛି । ଏହି କ୍ରମରେ ଆଜି ବାରିପଦାର ଦୁଇଟି ଔଷଧ ଦୋକାନରେ ଚଢ଼ାଉ କରାଯାଇଛି । ମୟୂରଭଞ୍ଜ ଡ୍ରଗ୍ସ ଇନ୍ସପେକ୍ଟର ରୁଦ୍ର ନାରାୟଣ ସାହୁଙ୍କ ନେତୃତ୍ବରେ ବାରିପଦାର ଲାଲ ବଜାରରେ ଥିବା ସନ୍ତୋଷ ମେଡିକାଲ ଏଜେନ୍ସି ଓ ଦେଉଳ ସାହିରେ ଥିବା ସରସ୍ବତୀ ଫାର୍ମାସ୍ୟୁଟିକାଲ୍ସ ଔଷଧ ଦୋକାନରେ ଚଢାଉ କରାଯାଇଛି ।

ଏହି ଦୁଇଟି ଦୋକାନରେ ଚଢ଼ାଉ ବେଳେ ୯୨ ହଜାରରୁ ଅଧିକ ଟଙ୍କାର ନକଲି ଔଷଧ ଜବତ କରାଯାଇଛି । ଜବତ ହୋଇଥିବା ସ୍ନିଜି ୫୦୦ ଓ ଏମଡି- ଟିବିଆର ବଟିକାକୁ ପରୀକ୍ଷା ପାଇଁ ଭୁବନେଶ୍ବର ପଠାଯିବ । ଏହାସହ ଏହି ଦୋକାନୀଙ୍କ ବିରୋଧରେ ଡ୍ରଗ୍ସ ଏଣ୍ଡ କସମେଟିକ ଆଇନ ୧୯୪୦ର ୧୭(ବି) (ସି) ଅନୁସାରେ ମାମଲା ରୁଜୁ କରାଯିବ ବୋଲି କହିଛନ୍ତି ମୟୂରଭଞ୍ଜ ଜିଲ୍ଲା ଡ୍ରଗ୍ସ ଇନ୍ସପେକ୍ଟର ।

Leave A Reply

Your email address will not be published.