Latest Odisha News

BREAKING NEWS

ଆଉ ନାହାନ୍ତି ଦୁନିଆର ସବୁଠାରୁ ବଡ ପରିବାରର ମୂଖିଆ

ଆଇଜୋଲ: ଦୁନିଆର ସବୁଠାରୁ ବଡ ପରିବାରର ମୂଖିଆ ଜିଓନ ଚାନାଙ୍କ ଆଜି ୭୬ ବର୍ଷ ବୟସରେ ପରଲୋକ ହୋଇଯାଇଛି । ୩୮ ପତ୍ନୀ ଏବଂ ୮୯ ପିଲାଙ୍କୁ ନେଇ ଜିଓନ ତାଙ୍କ ସଂସାର ସୁରୁଖୁରୁରେ ଚଳାଇ ଥିଲେ । ତାଙ୍କ ଯୋଗୁ ବକଟାବଂଗ ତଲଙ୍ଗନୁମ ଗ୍ରାମକୁ ପର୍ଯ୍ୟଟକଙ୍କ ସୁଅ ଛୁଟିଥିଲା । ତାଙ୍କ ମୃତ୍ୟୁରେ ମିଜୋରମର ମୁଖ୍ୟମନ୍ତ୍ରୀ ଜୋରମଥାଙ୍ଗା ଶୋକ ବ୍ୟକ୍ତ କରିଛନ୍ତି । ଚାନାଙ୍କ ସବୁଠାରୁ ବଡ ପତ୍ନୀ ଘରର ଦାୟିତ୍ୱ ନେଉଥିଲେ । ସେ ସମସ୍ତଙ୍କୁ ନିର୍ଦ୍ଦିଷ୍ଟ ଦାୟିତ୍ୱ ଦେଇଥିବାରୁ ଘରେ ଅଶାନ୍ତ ଉପୁଜେ ନାହିଁ । ୧୬୭ ସଦସ୍ୟ ବିଶିଷ୍ଟ ଏହି ପରିବାର ସେଠାକାର ଏକ ପାହାଡ ଉପରେ ନିର୍ମିତ ବଡ ଘରେ ରୁହନ୍ତି । ଏଥିରେ ୧୦୦ରୁ ଊର୍ଦ୍ଧ ବଖରା ରହିଛି ।

ଚାନାଙ୍କ ଜନ୍ମ ୨୧ ଜୁଲାଇ ୧୯୪୫ରେ ହୋଇଥିଲା । ଏହି ପରିବାରର ନାମ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡ୍ସରେ ମଧ୍ୟ ସାମିଲ ହୋଇଛି । ପ୍ରତ୍ୟେକ ଦିନ ୪୫ କିଲୋ ଚାଉଳ, ୨୫ କିଲୋ ଡାଲି, ୨୦ କିଲୋ ଫଳ, ୩୦ରୁ ୪୦ କୁକୁଡା, ୫୦ ଅଣ୍ଡାର ଆବଶ୍ୟକତା ପଡିଥାଏ ।

Leave A Reply

Your email address will not be published.