Latest Odisha News

ଦି ଫ୍ୟାମିଲି ମ୍ୟାନ୍ ର ସିଜିନ୍‌ ୨ ପରେ ଏବେ ଏହି ଚଳଚ୍ଚିତ୍ରରେ ନଜର ଆସିବେ ମନୋଜ ବାଜପେୟୀ

ନୂଆଦିଲ୍ଲୀ: ଆମାଜନ୍ ପ୍ରାଇମ୍ ଭିଡିଓର ୱେବ୍ ସିରିଜ୍ ଦି ଫ୍ୟାମିଲି ମ୍ୟାନ୍ ର ସିଜିନ୍‌ ୨ ଘୋଷଣା କରିବା ପରେ ମନୋଜ ବାଜପେୟୀ ତାଙ୍କର ନୂତନ ଚଳଚ୍ଚିତ୍ର ଡେସପ୍ୟାଚ୍ ଘୋଷଣା କରିଛନ୍ତି। ଏହି ଫିଲ୍ମଟି ସିଧାସଳଖ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। କ୍ରାଇମ ସାମ୍ବାଦିକତା ବିଷୟ ଉପରେ ଆଧାରିତ ଏହି ଚଳଚ୍ଚିତ୍ରରେ ମନୋଜ ଅନୁସନ୍ଧାନକାରୀ ସାମ୍ବାଦିକ ଭୂମିକାରେ ଅଭିନୟ କରିବେ।

ମନୋଜ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଏହି ସୂଚନା ସେୟାର କରିଛନ୍ତି। ସେ ଲେଖିଛନ୍ତି – ଡେସପ୍ୟାଚ୍ ସହିତ ଅପରାଧ ସାମ୍ବାଦିକତା ଜଗତକୁ ଆସ। ଏହି ଥ୍ରୀଲର ଫିଲ୍ମ ସିଧାସଳଖ ଡିଜିଟାଲ୍ ପ୍ଲାଟଫର୍ମରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରଟି କନୁ ବହଲଙ୍କ ନିର୍ଦ୍ଦେଶିତ ହୋଇଥିବାବେଳେ ରୋନି ସ୍କ୍ରୁଭାଲାଙ୍କ କମ୍ପାନୀ ଆରଏସଭିପି ଦ୍ବାରା ନିର୍ମିତ ହୋଇଛି। ଏହି ଫିଲ୍ମରେ ଶାହାନୀ ଗୋସ୍ୱାମୀ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ନିର୍ଦ୍ଦେଶକ କନୁ ବହଲ ୟଶ ରାଜ ଫିଲ୍ମ ସହିତ ଦିବ୍ୟାକର ବାନାର୍ଜୀଙ୍କ ଦ୍ୱାରା ନିର୍ମିତ ‘ଓଏ ଲକି, ଲକି ଓଏ’ ଏବଂ ‘ଲଭ୍ ସେରେ ଅଭିନୟ କରିବା ପରେ ଫିଲ୍ମ ‘ତିତ୍‌ଲି’ ସହିତ ତାଙ୍କର ନିର୍ଦ୍ଦେଶନା ଆରମ୍ଭ କରିଥିଲେ।

Leave A Reply

Your email address will not be published.