Latest Odisha News

ଦିଲ୍ଲୀପ କୁମାରଙ୍କ ଜନ୍ମଜୟନ୍ତୀରେ ଭାବବିହ୍ୱଳ ହେଲେ ସାଇରା ବାନୁ

ନୂଆଦିଲ୍ଲୀ : ବଲିଉଡର କିମ୍ବଦନ୍ତୀ ଅଭିନେତା ଦିଲ୍ଲୀପ କୁମାରଙ୍କ ୧୦୦ତମ ଜନ୍ମ ବାର୍ଷିକୀ  । ତାଙ୍କ ଜନ୍ମଦିନ ପାଳନ କରିବା ପାଇଁ ଫିଲ୍ମ ହେରିଟେଜ୍ ଫାଉଣ୍ଡେସନ୍ ହିରୋ ଦିଲୀପ କୁମାର ହିରୋ ନାମକ ଦୁଇ ଦିନିଆ ଚଳଚ୍ଚିତ୍ର ମହୋତ୍ସବ ଆୟୋଜନ ହୋଇଥିଲା  । ଶନିବାର ସାଇରା ବାନୁ ଚଳଚ୍ଚିତ୍ର ମହୋତ୍ସବର ଉଦଘାଟନୀ ସମାରୋହରେ ପହଞ୍ଚି ସ୍ୱର୍ଗତ ମେଗାଷ୍ଟାରର ଏକ ପୋଷ୍ଟର ଦେଖି ଲୁହ ଝରାଇଥିଲେ। ଦିଲୀପ କୁମାରଙ୍କୁ ଭାରତୀୟ ସିନେମାର ଟ୍ରାଜେଡି କିଙ୍ଗ କୁହାଯାଏ।

ସେ ଅନେକ ବ୍ଲକବଷ୍ଟର ଚଳଚ୍ଚିତ୍ର ଦେଇଛନ୍ତି। କେବଳ ଭାରତରେ ନୁହେଁ ପାକିସ୍ତାନରେ ମଧ୍ୟ ଦିଲୀପ କୁମାର ବହୁତ ପ୍ରଶଂସା ସାଉଁଟିଛନ୍ତି  । ସ୍ୱାଧୀନତାର ୩ ବର୍ଷ ପୂର୍ବରୁ ପ୍ରଥମ ଥର ପାଇଁ ଫିଲ୍ମ ଜୱାର ଭଟାରେ ଦିଲୀପଙ୍କୁ ପରଦାରେ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ସେ ଗିନିଜ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସର୍ବାଧିକ ପୁରସ୍କାର ପ୍ରାପ୍ତ ଅଭିନେତା ଭାବରେ ବିବେଚିତ ହୋଇଥିଲେ ।

ତେବେ ସ୍କ୍ରିନିଂରେ ଭେଟେରାନ ଅଭିନେତ୍ରୀ ସାଇରା ବାନୁ ଏକ କଳା କୁର୍ତ୍ତା ସେଟରେ ନଜର ଆସୁଥିବା ବେଳେ ଫରିଦା ଜାଲାଲ, ଆଶା ପାରିକ୍, ୱାହିଦା ରେହମାନ, ପ୍ରେମ ଚୋପ୍ରା, ଶତ୍ରୁଘ୍ନ ସିହ୍ନା ଏବଂ ତାଙ୍କ ପତ୍ନୀ ପୁନମ୍ ସିହ୍ନା, ରମେଶ ସିପି, ଦିବ୍ୟା ଦତ୍ତ ଏବଂ ଅନ୍ୟ ସେଲିବ୍ରିଟି ମାନେ ମଧ୍ୟ ନଜର ଆସିଥିଲେ ।

 

Leave A Reply

Your email address will not be published.