Latest Odisha News

BREAKING NEWS

ସୁରଟ କୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଅପିଲ କରିବେ ରାହୁଲ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ସୁରଟ କୋର୍ଟଙ୍କ ଦଣ୍ଡାଦେଶ ପରେ ଯେମିତି ସମସ୍ୟା ଭିତରେ ଫସି ଯାଇଛନ୍ତି ରାହୁଲ । ସଦସ୍ୟତା ପଦ ରଦ୍ଦ ପରେ ସରକାରୀ ବାସଗୃହ ଛାଡିବା ପାଇଁ ନିର୍ଦ୍ଦେଶ ଆସିଛି ।  ମିଳିଥିବା ସୂଚନା ଅନୁସାରେ ରାହୁଲ ଏବେ ସୁରଟ କୋର୍ଟର ରାୟକୁ ଉପର କୋର୍ଟରେ ଚାଲେଞ୍ଜ କରବେ । ଏନେଇ ଆସନ୍ତା କାଲି ରାହୁଲ ଗାନ୍ଧି ସୁରଟ କୋର୍ଟ ଯିବାର କାର୍ଯ୍ୟକ୍ରମ ରହିଛି । ମାନହାନି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ଆଦେଶକୁ ରଦ୍ଦ କରିବା ପାଇଁ କୋର୍ଟରେ ଦାବି କରିବେ ।

ରାହୁଲ ଗାନ୍ଧିଙ୍କୁ ଜାମିନ ମିଳିଛି ଏବଂ ନିଷ୍ପତ୍ତି ବିରୋଧରେ ଆବେଦନ କରିବା ପାଇଁ ସଜାକୁ ୩୦ ଦିନ ପାଇଁ ନିଲମ୍ବିତ କରି ଦିଆଯାଇଛି । ହେଲେ ଲୋକସଭା ସଚିବାଳୟ ତାଙ୍କୁ ତୁରନ୍ତ ନିଲମ୍ବିତ କରି ଦେଇଛନ୍ତି । ବିରୋଧୀ ନେତା ବୁଲେଟ ଟ୍ରେନ ବେଗରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଏପରିକି ଉଚ୍ଚ ନ୍ୟାୟାଳୟ ରାହୁଲଙ୍କ ଦଣ୍ଡାଦେଶ ଉପରେ ରୋକ ନ ଲଗାଇବା ଭିତରେ ୱାଇନାଡ ଲୋକସଭା ସିଟ ପାଇଁ ଉପନିର୍ବାଚନ ଘୋଷଣା କରିଦେବେ । ତା ସହିତ ତାଙ୍କୁ ଆଗାମୀ ୮ ବର୍ଷ ପାଇଁ ନିର୍ବାଚନ ଲଢିବାର ଅନୁମତି ଦିଆଯିବ ନାହିଁ ମଧ୍ୟ କୁହାଯାଇଛି ।

ଯାହା ବି ହେଉ, ରାହୁଲଙ୍କୁ ନେଇ ଏବେ ରାଜନୀତି ସରଗରମ ହୋଇଛି । କଂଗ୍ରେସ ପକ୍ଷରୁ ଏପରି ଦଣ୍ଡାଦେଶ ଓ କାର୍ଯ୍ୟାନୁଷ୍ଠାନ ଅବୈଧ ବୋଲି କୁହାଯାଉଥିବାବେଳେ ବିଜେପି ଏହାକୁ ବୈଧ ବୋଲି କହିଛି ।  ବିଜେପି ଏହାକୁ ବୈଧ ବୋଲି କହିବା ସହ ରାହୁଲ ନିଜକୁ ଆଇନରୁ ଉପରେ ବୋଲି ଭାବୁଛନ୍ତି  । ରାହୁଲଙ୍କ ଟିପ୍ପଣି ପୁରା ଓବିସି ସମୁଦାୟକୁ ଜାଣିଶୁଣି ବଦନାମ କରିବା ପାଇଁ ଦିଆଯାଇଛି ବୋଲି କହିଛନ୍ତି ବିଜେପି ନେତା ।

 

ତେବେ ଦଣ୍ଡାଦେଶ ବିରୋଧରେ ରାହୁଲଙ୍କୁ କୋର୍ଟକୁ ଯିବାକୁ ପଡିବ  । ହେଲେ ସେ କୋର୍ଟ ନ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦୋଷ ଦେଉଛନ୍ତି ।ରାହୁଲ ନିଜ ସଜା ଉପରେ ରୋକ ଲଗାଇବା ପାଇଁ ଅପିଲ କରୁ ନାହାନ୍ତି । ଏହା କି ପ୍ରକାର ଅହଙ୍କାର ବୋଲି ବିଜେପି କହିଛି ।

Leave A Reply

Your email address will not be published.