ମହିଷାସୁର ବଦଳରେ ଚୀନ୍ ରାଷ୍ଟ୍ରପତିଙ୍କ ସଂହାର କଲେ ମା’ ଦୁର୍ଗା!
କୋଲକାତା: ଦୁର୍ଗା ପୂଜା ଅବସରରେ ମା’ ଜଗତଜନନୀଙ୍କ ସ୍ୱାଗତ କରିବାରେ ଲାଗି ପଡିଛନ୍ତି ଶ୍ରଦ୍ଧାଳୁମାନେ । ଏପରିକି କରୋନା କଟକଣା ମଧ୍ୟରେ ବିଭିନ୍ନ ପୂଜା ମଣ୍ଡପରେ ପୂଜିତ ହେଉଛନ୍ତି ମା’ । ହେଲେ କୋଲକାତାର ମୁର୍ସିଦାବାଦରେ ଦେଖିବାକୁ ମିଳିଛି ନିଆରା ଦୁର୍ଗା ମୂର୍ତ୍ତି ।
ମୁର୍ସିଦାବାଦର ଏକ ପୂଜା ମଣ୍ଡପରେ ଦେବୀ ଦୁର୍ଗାଙ୍କ ଏକ ନିଆରା ପ୍ରତିମା ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଉକ୍ତ ଭିଡିଓରେ ମହିଷାସୁର ବଦଳରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମୁଣ୍ଡ ତଳେ ପଡିଥିବା ଦେଖିବାକୁ ମିଳିଛି ।
ଜାଣନ୍ତୁ କ’ଣ ରହିଛି ସମ୍ପୂର୍ଣ୍ଣ ଘଟଣା-
ଖାସ୍ କରି ପଶ୍ଚିମବଙ୍ଗରେ ଦୁର୍ଗା ପୂଜା ଧୁମଧାମରେ ପାଳିତ ହୋଇଥାଏ । ଏହି ଅବସରରେ କୋଲକାତାରେ ଏଭଳି ନିଆରା ଦୁର୍ଗା ପ୍ରତିମୂର୍ତ୍ତି ତଥା ଇନୋଭେଟିଭ ଥିମ୍ ଆଦି ଭାଇରାଲ୍ ହେବାରେ ଲାଗିଛି । ହଠାତ୍ ସେହି ପ୍ରତିମୂର୍ତ୍ତିକୁ ଦେଖିଲେ ଯେ କେହିବି ଭାବିବେ ଯେ ଦୁର୍ଗା ମା’ ସି ଜିନପିଙ୍ଗଙ୍କ ସଂହାର କରୁଛନ୍ତି ।
ତେବେ ଭିଡିଓ ଭାଇରାଲ ହେବା ପରେ ଇଣ୍ଡିଆ ଟୁଡେର ରିପୋର୍ଟ ମୁତାବକ ଆୟୋଜକଙ୍କ ପକ୍ଷରୁ କୁହାଯାଇଛି ଯେ ଉକ୍ତ ମୂର୍ତ୍ତିକୁ ସି ଜିନପିଙ୍ଗଙ୍କ ସହ ତୁଳନା କରିବା ଉଚିତ୍ ନୁହେଁ । ଆମେ ପ୍ରତିବର୍ଷ ଅଲଗା ଅଲଗା ଅସୁର ବନାଇଥାଉ । ଏହା ପୂର୍ବରୁ ୟୁନାନିଓ ଓ ଆଫ୍ରିକିୟଙ୍କ ଠୁ ପ୍ରେରିତ ହୋଇ ଅସୁର ବନାଇଥିଲୁ ।
Comments are closed.